ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଯୋଗଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଭଦ୍ରକ, ୨୧ା୬ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭାରତୀୟ ଜୀବନ ବୀମା ନିଗମ, ଭଦ୍ରକ ଶାଖା ପକ୍ଷରୁ ଯୋଗଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ପରିଚାଳକ ବିଷ୍ଣୁପ୍ରସାଦ ଦାସ ଉଦ୍ଘାଟନ ପୂର୍ବକ ନିଜେ ପ୍ରଥମେ ରକ୍ତଦାନର ଶୁଭାରମ୍ଭ କରିଥିଲେ। ଏହି ଶିବିରକୁ କର୍ମଚାରୀ ସଂଘର ସଂପାଦକ ପ୍ରତାପ କୁମାର ପଟ୍ଟନାୟକ, ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ, ଅଭିକର୍ତ୍ତା ସଂଘ, କଟକ ମଣ୍ଡଳ ସଂପାଦକ ଗୋବର୍ଦ୍ଧନ ପଣ୍ଡା, ଶାଖା ସଭାପତି ରବିନାରାୟଣ ସାହୁ, ରାମଚନ୍ଦ୍ର ଗୁପ୍ତା, ଅମୂଲ୍ୟ କୁମାର ରାଉତ, ଜିତେନ୍ଦ୍ର ଶର୍ମା, ତୁଷାର ପାତ୍ର, ଅମିତ ସ୍ୱାଇଁ, ଶାଖା ପରିଚାଳକ (ବିକ୍ରୟ) ପ୍ରକାଶ କୁମାର ପଣ୍ଡା, ଉପ ଶାଖା ପରିଚାଳକ କୃଷ୍ଣମୋହନ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ। ଏହି ଶିବିରରେ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶେଷରେ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *