ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ସମୀକ୍ଷା ବୈଠକ ପ୍ରସଂଗରେ କୃଷକ ମୋର୍ଚ୍ଚାର ୩ ଟି ପ୍ରତିନିଧୀମଣ୍ଡଳ ୩୦ ଟି ଜିଲ୍ଲାରେ ଧାନ ମଣ୍ଡି ପରିଦର୍ଶନ କରିବେ

ଭୁବନେଶ୍ୱର, ୩୧/୦୧ (ଓଡ଼ିଆ ପୁଅ) : ନବୀନ ସରକାର ଘୋଷଣା କରିଥିବା ଧାନ ମଣ୍ଡି ଠିକ୍ ଭାବରେ ଖୋଲୁନାହିଁ। ଧାନ ମାନ ନିର୍ଦ୍ଧାରଣ ମାପକ ଯନ୍ତ୍ର ବି ମଣ୍ଡିମାନଙ୍କରେ ନାହିଁ। ଅନ୍ୟପଟେ ଚାଷୀ ମାନଙ୍କଠାରୁ ଏଫଏକ୍ୟୁ ଆଳ ଦେଖାଇ କ୍ୱିଇଂଟାଲ ପ୍ରତି ୩ କିଲୋରୁ ୭ କିଲୋ ପର୍ଯ୍ୟନ୍ତ ଧାନ କାଟି ଦିଆଯାଉଛି। ଅସାଧୁ ମିଲର ମାନେ ଶାସକ ବିଜେଡିର ହାତ ବାରେସି ସାଜି ଅଭାବି ଧାନ ବିକ୍ରୀରେ ସମସ୍ୟା ସୃଷ୍ଟି କରୁଛନ୍ତି। ଯାହା ଫଳରେ କି ଚାଷୀ ବାଧ୍ୟ ହୋଇ ଧାନ କ୍ୱୁଇଟାଂଲ ପ୍ରତି ୯୦୦ ରୁ ୧୧୦୦ ଟଙ୍କାରେ ଦଲାଲ ମାନଙ୍କୁ ବିକ୍ରି କରୁଛି। ଚାଷୀ ମାନଙ୍କୁ ଧାନ ଅଖା ପଇସା ଦିଆଯାଉନାହିଁ। ଅସାଧୁ ମିଲର ଓ ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ଚାଷୀ ମାନଙ୍କ ଠାରୁ ଚଂଚକତା କରି ଲେବର ଚାର୍ଜ ନାମରେ ଅର୍ଥ ଆଦାୟ କରୁଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଅଭାବୀ ଧାନ ବିକ୍ରି ଉତ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରିକି ଗଂଜାମ ଜିଲ୍ଲାରେ ସରକାରୀ ଭାବେ କାଗଜପତ୍ରରେ ଧାନ ମଣ୍ଡି ଖୋଲିଥିବାର ଘଟଣା ନଜରକୁ ଆସିଛି। ବିଜେପି କୃଷକ ମୋର୍ଚ୍ଚାର ପ୍ରତିନିଧିମଣ୍ଡଳୀ ଗଂଜାମ ଜିଲ୍ଲା ମଣ୍ଡି ଚାଲ ଅଭିଯାନ ଗସ୍ତ କରିବା ସମୟରେ ସମସ୍ତ ମଣ୍ଡି ବନ୍ଦ ପଡିଥିବା ଦୃଶ୍ୟ ଦେଖିବାକୁ ପାଇଛନ୍ତି। ଚାଷୀମାନଙ୍କର ଧାନ କିଣିବା ପାଇଁ ମଣ୍ଡିମାନଙ୍କରୁ ଚାଷୀଙ୍କୁ ଟୋକନ ଦିଆଯାଉନଥିବା ଓ ଚାଷୀ ମାନଙ୍କର ଧାନ ମଣ୍ଡିରେ କିଣୁନଥିବା ଚାଷୀମାନେ କୃଷକମୋର୍ଚ୍ଚା ପ୍ରତିନିଧିମଣ୍ଡଳ ନିକଟରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଅଭାବୀ ଧାନ ବିକ୍ରି ସମସ୍ୟା ଓ ମଣ୍ଡିଚାଲ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି।

ଚାଷୀମାନଙ୍କର ଅଭାବୀ ଧାନ ବିକ୍ରି ସମସ୍ୟା ଦୃଷ୍ଟି କୋଣରୁ ଆଜିର ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷ ଶ୍ରୀ ମହେଶ୍ୱର ସାହୁ,  ରାଜ୍ୟ ସଭାପତି ଶିବାଜୀ ମହାନ୍ତି,  ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖଙ୍କୁ ନେଇ ଭିନ୍ନ ଭିନ୍ନ ତିନୋଟି ପ୍ରତିନିଧୀ ଦଳ ଗଠନ କରାଯାଇଛି। ରାଜ୍ୟର ୩୦ ଟି ଜିଲ୍ଲାକୁ ଏହି ପ୍ରତିନିଧୀମଣ୍ଡଳଯାଇ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଧାନ ମଣ୍ଡି ପରିଦର୍ଶନ କରିବା ସହିତ ଅଭାବୀ ଧାନ ବିକ୍ରି ସହ ଚାଷୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅନୁସନ୍ଧାନ କରିବ। ତା ସହିତ ଚାଷୀ ମାନଙ୍କର ସମସ୍ୟାକୁ ନେଇ ସ୍ଥାନୀୟ ସ୍ତରରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବ ବୋଲି ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ କହିଛନ୍ତି।

ଏହି ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା ପ୍ରଭାରୀ ଶ୍ରୀ ସମୀର ମହାନ୍ତି, ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର, ଉପସଭାପତି ଶଙ୍କରର୍ଷଣ ଜେନା, ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ, ଅମରେଶ୍ୱର ମିଶ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସର୍ବଶ୍ରୀ ସୁକାନ୍ତ ପାଣିଗ୍ରାହୀ,  ଶୁଭ୍ରାଂଶୁ ପାଢୀ, ଅମୂଲ୍ୟ ନାୟକ, ସତ୍ୟବ୍ରତ ନାୟକ, ଦେବାଶିଷ ହୋତା,  ରାମଚନ୍ଦ୍ର ପାତ୍ର, ସଂଜୀବ ରଣା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *