ଜିଲ୍ଲା ପରିକ୍ରମା

ଭାରତୀୟ ଜନତା ପାର୍ଟିର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ପୂର୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ଉପ ସଭାପତି କମଳାକାନ୍ତ ସୁତାର ଏନଏସି ସଭାପରି ସୌମେନ୍ଦ୍ର ମହାନ୍ତି,ମା କାଳୀ ମଣ୍ଡଳ ସଭାପତି ଲଲାଟେନ୍ଦୁ ରାଏ,ଗଜଲକ୍ଷ୍ମୀ ମଣ୍ଡଳ ସଭାପତି କାହ୍ନୁଚରଣ ବେହେରା,ବିଜେପି ନେତା ବିଶ୍ୱକେଶରୀ ମହାନ୍ତି,ନାରୀନେତ୍ରୀ ରାନୁଲତା ବଳ,ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ବଢି ଚାଲିଥିବା ନାରୀ ଧର୍ଷଣ,ଚାଷୀ ଅବହେଳା,ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନିତୀ,ରାସନ ଦୁର୍ନୀତୀ ଆଦି କୁ ପାଥେୟ କରି ଆସନ୍ତା କାଲି ଭାରତୀୟ ଜନତା ପାର୍ଟି ଚାନ୍ଦବାଲି ବ୍ଲକ ଘେରାଉ କରିବ ବୋଲି ଏହି ସାମ୍ବାଦିକ ସମ୍ମୀଲନୀରେ ମତ ରଖିଥିଲେ । ରାଜ୍ୟରେ ନବୀନ ସରକାରଙ୍କ ୧୮ବର୍ଷ ଶାସନ କାଳରେ ଓଡିଶାରେ ବିକାଶ ବଦଳରେ ଓଡିଶାର ଜନସାଧାରଣ ଦିନକୁ ଦିନ ଗରିବ ହେଉଥିବାରୁ ଏବଂ ରାଜ୍ୟ ସରକାରଙ୍କ ଦାରିଦ୍ର ସୀମାରେଖା ତଳେ ବାସ କରୁଥିବା ଲୋକଙ୍କ ତାଲିକାରୁ ବେଶ ଜଣା ପଡେ । ଏହି ଦୁର୍ନିତୀରେ ଶାସକ ଦଳର ନେତାଙ୍କ ସହିତ ଅଫିସର ମିଳିତ ଭାବରେ ବହୁ ଗରିବ ଲେକଙ୍କ ନିର୍ଯ୍ୟାତନା ଦେଉଥିବା ବେଳେ ଧନୀ ଲୋକ ମାନଙ୍କୁ ଏହି ତାଲିକାରେ ଅର୍ନ୍ତଭୁକ୍ତ କରିବା ସହ ସରକାରୀ ସମସ୍ତ ଯୋଜନାକୁ ବାଟବଣା କରୁଥିାବ ଅଭିଯୋଗ ହୋଇଥିଲା । ଯାହାକୁ ପ୍ରତିବାଦ କରି ଆସନ୍ତା କାଲି ୧୫ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ବ୍ଲକ କୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top