ଭାରତୀୟ ଛାତ୍ରଙ୍କ ଦୁନିଆର ସବୁଠାରୁ କମ ଓଜନ ସ୍ୟାଟେଲାଇଟର ଆଜି ହେବ ଲଞ୍ଚିଂ

– କଲାମସ୍ୟାଟକୁ ବନାଇବା ପାଇଁ ଏକ ଲକ୍ଷ ଟଙ୍କାର ଖର୍ଚ୍ଚ ହୋଇଛି

ଚେନ୍ନାଇ ୨୧-୬ (ଓଡ଼ିଆ ପୁଅ) ଆମେରିକା ସ୍ପେସ ଏଜେଂସି ନାସା ସାଉଡିଂଗ ରକେଟ ମାଧ୍ୟମରେ ବୁଧବାରଦିନ ୬୪ ଗ୍ରାମର ସ୍ୟାଟଲାଇଟ ଲଞ୍ଚ କରାଯିବ। ଏହାକୁ ଦୁନିଆର ସବୁଠାରୁ ଛୋଟ ଏବଂ ହାଲୁକା ସ୍ୟାଟଲାଇଟ ବିବେଚନା କରାଯାଉଛି। ତାମିଲନାଡୁର ୧୮ ବର୍ଷ ବୟସର ରିଫତ ଶାରୂକ ଏହାକୁ ଡିଜାଇନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କ ନାମରେ ଏହି ସ୍ୟାଟଲାଇଟକୁ କଲାମସ୍ୟାଟ (Kalam Sat) ନାମରେ ନାମିତ କରାଯାଇଛି। କଲାମସ୍ୟାଟକୁ ବନାଇବା ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

– ନାସାର 240 ମିନଟର ମିଶନରେ କଲାମସ୍ୟାଟ ୧୨ ମିନଟ ପରେ ଅର୍ବିଟରେ ଛଡ଼ାଯିବ ଏହି ସ୍ୟାଟଲାଇଟରେ ଅନେକ ପ୍ରକାରର ସେଂସର ଏବଂ ସୋଲର ପ୍ୟାନେଲ ଲଗାଯାଇଛି।

– କଲାମସ୍ୟାଟର ପ୍ରସ୍ତୁତକାରୀ ରିଫତ ଶାରୂକ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି। ତାଙ୍କ ଟିମରେ ବିନୟ ଭାରଦ୍ୱାଜ, ତନିଷ୍କ ଦ୍ୱିବେଦୀ, ଯଗ୍ନାସାଇ, ଅବ୍ଦୁଲ କାସିଫ, ଏବଂ ଗୋବୀ ନାଥ ଅନ୍ତର୍ଭୁକ୍ତ।

– ସୂଚନାଯୋଗ୍ୟଯେ, ନାସା ପ୍ରଥମଥର କୌଣସୀ ଭାରତୀୟ ଛାତ୍ରଙ୍କର ଏକ୍ସପ୍ରିମେଂଟକୁ ନିଜର ମିଶନରେ ଅନ୍ତର୍ଭୁକ୍ତ କରିଛି। ଏହାକୁ କ୍ୟୁବ୍ସ ଇନ ସ୍ପେସ କଣ୍ଟେଷ୍ଟ ଅନ୍ତର୍ଭିୁକ୍ତ ହୋଇ ଡେଭଲପ କରାଯାଇଛି।

୫୭ଟି ଦେଶର ମଡେଲ୍ସ ମଧ୍ୟରୁ ଏହାକୁ ସିଲେକ୍ଟ କରାଯାଇଛି।

– କଲାମସ୍ୟାଟକୁ କାର୍ବନ ଫାଇବର ପଲିମର ଦ୍ୱାରା ପ୍ରସ୍ତୁତ କରାଯାଇଛି। ଯାହାକି ଏକ ସ୍ମାର୍ଟଫୋନଠାରୁ ମଧ୍ୟ ଏହା ହାଲୁକା ଅଟେ। ଏହି ସ୍ୟାଟଲାଇଟ ଏକ ଟେକ୍ନୋଲଜୀ ଡେମୋନ୍ସଟେଟର ପରି କାମ କରିବ। ମିଶନରେ ଏହାର କାମ ଟେମ୍ପରେଚର ରେଡିଏଶନ ଲେବଲ ରୋଟେଶନ, ବକଲିଂଗ ଏବଂ ମୈଗ୍ନେଟୋସ୍ଫେୟର କୁ କୈପ୍ଚର ଏବଂ ରେକର୍ଡ କରିବ।

– ସ୍ୟାଟଲାଇଟ ବନାଇବା ପାଇଁ ସବୁଠାରୁ କଠିନ କାମ ଥିଲା ହାଲୁକା ମାଟେରିୟଲକୁ ଖୋଜିବା। ଏଥିପାଇଁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ରିସର୍ଚ କରବାକୁ ପଡିଥିଲା। କମାଲସ୍ୟାଟ ନାସାର ମିଶନରେ 3D ପ୍ରିଂଟେଡ କାର୍ବନ ଫାଇବରର ପରଫର୍ମାଂସକୁ ଡେମୋନ୍ସଟ୍ରେଟ କରିବ।

– ନାସାର ବୈଜ୍ଞାନିକ ଏବଂ ଇଂଜିନିୟର୍ସ ଟେଲେଂଟକୁ ଜଜ କରିବା ପାଇଁ ଏହି କଣ୍ଟେସ୍ଟ କରାନ୍ତି। ସ୍ୟାଟଲାଇଟ ପ୍ରସ୍ତୁତ କରିବା ପାଇଁ  ସ୍ପେସ କିଡ୍ଜ ଇଂଡିଆ ଅର୍ଗାନାଇଜେସନ ବହୁତ ସାହାଯ୍ୟ କରିଛନ୍ତି।

(ରିପୋର୍ଟ ଦୈନିକ ଭାସ୍କର)

Leave a Reply

Your email address will not be published. Required fields are marked *