ଜିଲ୍ଲା ପରିକ୍ରମା

ଭାରତୀୟ ଚିକିତ୍ସକ ସଂଘର ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ସ୍ଥାନୀୟ ଭାରତୀୟ ଚିକିତ୍ସକ ସଂଘ(ଆଏମଏ) ଶାଖା ପକ୍ଷରୁ କର୍କଟ ରୋଗ ସଂପର୍କିତ  ଏକ ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆଇଏମଏର ଜିଲା ସଭାପତି ଡା. ରବୀନ୍ଦ୍ର ନାୟକଙ୍କ ସଭାପତିତ୍ୱ ଏବଂ ସଂପାଦକ ଡା ହରିହର ନାୟକଙ୍କ ସଂଯୋଜନାରେ ଅନୁଷ୍ଟିତ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ବରିଷ୍ଟ କ୍ୟାନସର ବିଶେଷଜ୍ଞ ଡା ରଞ୍ଜିତ କର ଯୋଗ ଦେଇ କର୍କଟ ରୋଗ ଏବଂ ଏହାର ନିରାକରଣ ନେଇ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟାନ୍ୟଙ୍କ ମଧ୍ୟରେ ଡା ପ୍ରଦୀପ ନାୟକ,ଡା ଅଧର ନାୟକ, ଡା ପ୍ରଭାସ ମହାନ୍ତି,ଡା ଶତୃଘ୍ନ ହାତି, ଡା ମୁରଲୀଧର ନାୟକ, ଡା ରବୀନ୍ଦ୍ର ପାଣିଗ୍ରାହୀ, ଡା ପ୍ରଫୁଲ୍ଳ ନନ୍ଦ,ଡା ଶୁଶାନ୍ତ ସାମନ୍ତ,ଡା ରଂଣଜିତ ଖଟୁଆ, ଡାକ୍ତର ପୂଣ୍ଣ ର୍ଚନ୍ଦ୍ର ଦାସ, ସମାଜସେବୀ ସୁଧାକର ରାଉତ ଏବଂ ଶିକ୍ଷାବିତ ଗୌତମ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆଇଏମଏ ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲାର ଦୁଇ ବରପୁତ୍ର ତଥା ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ବିଶିଷ୍ଟ ଶିକ୍ଷାବିତ ଡ. ବ୍ରଜମୋହନ ମିଶ୍ର ଏବଂ ଡ. ଦୁର୍ଯ୍ୟୋଧନ ଦାସଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top