ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ୫ମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୧୭/୦୨ ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ଦୁଇଦିନିଆ ପଂଚମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ସିପିଆଇର ବିଭିନ୍ନ ଶାଖା କମିଟୀ ଗୁଡିକ ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ୧୧ଟା ସମୟରେ ଜୁନାଗଡ ସାପ୍ତାହିକୀ ବଜାର ପ୍ରାଙ୍ଗଣ ରୁ ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଅନୁ୍ୟନ ଦୁଇହଜାର ସମର୍ଥକଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବଙ୍ଗଳା ଛକ ଠାରରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିଲା । ସେହି ସଭାରେ ଜିଲ୍ଲା ତଥା ସ୍ଥାନୀୟ ବିଭିନ୍ନ ସମସ୍ୟା ସମେତ ଚାଷୀ ମାନଙ୍କ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ, ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି,ଜଳସେଚନକୁ ପ୍ରାଧାନ୍ୟ ଦିଆଯାଇ ଉପଯୁକ୍ତ ପଦକ୍ଷେପ ନେବା, ଜଙ୍ଗଲ ଜମିରେ ବାସ କରିଥିବା ଲୋକଙ୍କୁ ପଟ୍ଟା ପ୍ରଦାନ ଆଦି ୧୬ ଦଫା ଦାବୀ ଉପରେ ଆଲୋଚନା ହୋଇଥିଲା । ଏହି ସଭାରେ ରାମକୃଷ୍ଣ ପଣ୍ଡାଙ୍କ ସମେତ ଜିଲ୍ଲା ସଂପାଦକ ସୁଶାନ୍ତ ଜାଲ,ଅଭ୍ୟର୍ଥନା କମିଟୀ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ସୁରେନ୍ଦ୍ର ମାଝୀ ପ୍ରମୂଖ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *