ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥାର ୧୩.୯ କୋଟି ଆଇପିଓ ଜାରି ପ୍ରସ୍ତାବକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ ୭/୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (IREDA) ର ଆଇପିଓ ଜାରି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କ୍ୟାବିନେଟ କମିଟିର ନିଷ୍ପତି ଅନୁଯାୟୀ ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରାଯିବ –

୧.    ପ୍ରତ୍ୟେକ ଦଶ ଟଙ୍କା ମୂଲ୍ୟରେ IREDA ୧୩,୯୦,୦୦,୦୦୦ (୧୩.୯ କୋଟି) ଅଂଶଧନ ବଜାରରେ ଜାରି କରିବ।

୨.    ଖୁଚୁରା ବିନିଯୋଗକାରୀ ଏବଂ IREDA କର୍ମଚାରୀମାନଙ୍କ ପାଇଁ ୫ ପ୍ରତିଶତ ରିହାତିରେ ଅଂଶଧନ ବିକ୍ରୀ କରାଯିବ। ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀମାନଙ୍କ ପାଇଁ ମଧ୍ୟ ଅଂଶଧନ କିଣିବାରେ ରିହାତି ଦିଆଯିବ। ତେବେ ସେବି ର ନିୟମ ଅନୁସାରେ କର୍ମଚାରୀମାନଙ୍କୁ କେତେ ଅଂଶଧନ ବିକ୍ରୀ କରାଯିବ ତାହା ନିର୍ଦ୍ଧାରିତ ହେବ।

୩.    ଆନ୍ତଃ-ମନ୍ତ୍ରଣାଳୟ ଗୋଷ୍ଠୀ ଏବଂ ପୁଞ୍ଜି ବିନିଯୋଗ ଓ ସାର୍ବଜନୀନ ସମ୍ପତି ପରିଚାଳନା ବିଭାଗର ନିଦେ୍ର୍ଦଶାବଳୀ ଅନୁସାରେ ଓଜଋଊଇର ଆଇପିଓ ସଂକ୍ରାନ୍ତ ବୁକ୍ ବିଲଡିଂ ପ୍ରକ୍ରିୟା ବୁକ୍ ରନିଂ ଲିଡ ମେନେଜର ମାଧ୍ୟମରେ ସମ୍ପାଦନ କରାଯିବ।

ଦେଶରେ ଅକ୍ଷୟ ଶକ୍ତିର ବିକାଶ ଲାଗି ଆବଶ୍ୟକ ପଡୁଥିବା ବିପୁଳ ଧନରାଶି ବା ପାଣ୍ଠି ବଜାରରୁ ସଂଗ୍ରହ କରିବା କ୍ଷେତ୍ରରେ ଏହି ଆଇପିଓ ଓଜଋଊଇକୁ ବିଶେଷ ଭାବେ ସାହାଯ୍ୟ କରିବ। କେନ୍ଦ୍ର ସରକାର ଆଗାମୀ ୨୦୨୨ ସୁଦ୍ଧା ଦେଶରେ ୧୭୫ ଗିଗାୱାଟ ଅକ୍ଷୟ ଶକ୍ତିର ବିକାଶ ଲାଗି ଲକ୍ଷ୍ୟ ରଖିଥିବା ବେଳେ ଏହା ହାସଲ କରିବା ପାଇଁ ଓଜଋଊଇ ପକ୍ଷରୁ ବିଭିନ୍ନ ଅଣପାରମ୍ପରିକ ଶକ୍ତି ପ୍ରକଳ୍ପମାନ ପ୍ରତିଷ୍ଠା କରାଯାଉଛି। ଏହାଛଡା ଦେଶରେ ଅଣପାରମ୍ପରିକ ଶକ୍ତି କ୍ଷେତ୍ରର ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯାଇ ପାରିଛି।

Leave a Reply

Your email address will not be published. Required fields are marked *