ରାୟଗଡା ତା-୨୪/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ଚାନ୍ଦିଲି ଠାରେ ଅବସ୍ଥିତ ଭାରତର ଶ୍ରେଷ୍ଠ କାଗଜକଳ ଜେକେ କାଗଜକଳର ଶ୍ରମିକ ଆନ୍ଦୋଳନ ଉଗ୍ରରୂପ ନେଲା। କାଗଜକଳର ଶ୍ରମିକମାନେ ଚାରିମାସ ହେଲା ୧୪ ଦଫା ଦାବୀଧରି ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀ କତ୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ ବାଟ ମିଳିଲା ନାହିଁ। ପୂର୍ବରୁ ଦେଇଥିବା ସୁଚନା ପ୍ରକାରେ ତାଙ୍କ ନ୍ଯାର୍ଯ୍ଯ ଦାବୀକୁ ନେଇ ଆଜି ସକାଳୁ ୬ଘଣ୍ଟା ଠାରୁ କମ୍ପାନୀ ଆଗରେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ ବା ଧର୍ମଘଟ କରିଛନ୍ତି। ଗତକାଲି ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ ପୂର୍ବ ଲିଖିତ ଅନୁଯାୟୀ ଶ୍ରମିକ ଆନ୍ଦୋଳନ କରିଛନ୍ତି।
ଏହି ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ କମ୍ପାନୀ କର୍ତ୍ତୁପକ୍ଷ ମଧ୍ୟ ଆଗରୁ ଜାଣିଥିଲେ। ତେଣୁ କର୍ତ୍ତୃପକ୍ଷ ଗତକାଲି ମଧ୍ୟାହ୍ନରୁ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ଖାଇବା ପାଇଁ ୨/୩ ଟ୍ରକ ରେସନ ସାମଗ୍ରୀ ଓ ରୋଷେଇ ପାଇଁ ବଡ଼ ବଡ଼ ଟବ ସରଞ୍ଜାମ ସବୁ ଆଣି କ୍ୟାଣ୍ଟିନରେ ମହଜୁଦ କରି ରଖାଯାଇଛି ବୋଲି ସୂଚନା ମିଳିଛି।
ଶୁକ୍ରବାର ସକାଳୁ ୬ଟାରେ ଆରମ୍ଭ ହବାକୁ ଥିବା ସମୟର ପାଳି ପାଇଁ ଗତକାଲି ରାତିରୁ ହିଁ କର୍ମଚାରୀମାନଙ୍କ ଘରକୁ ଗାଡି ପଠାଇ ଯୋରଜବରଦସ୍ତ କମ୍ପାନୀକୁ ଆଣି ରଖିବା ସହିତ ଗତକାଲି ସି କର୍ମଚାରୀଙ୍କ ପାଳି ଅର୍ଥାତ ରାତି ୧୦ଟାରେ ଯେଉଁ କର୍ମଚାରୀମାନେ ଭିତରକୁ ଯାଇଥିଲେ ସେମାନଙ୍କୁ ମଧ୍ୟ ବାହାରକୁ ନଛାଡି ଯୋରଯବରଦସ୍ତ କାମ କରାଯାଉଥିବା ଅଭିଯୋଗ ହୋଇଛି । ଏପରି ସ୍ଥଳେ ଶ୍ରମିକମାନେ ଯଦି ଦିନରାତି ଖଟିବେ ତେବେ ସେମାନଙ୍କ ଅବସ୍ଥା ଗୁରୁତର ହବାର ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ କି କମ୍ପାନୀ କର୍ତ୍ତୃପକ୍ଷ କାହାରି ମଧ୍ୟ କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବାରେ ଆନ୍ତରିକତା ନାହିଁ ବୋଲି ଅନୁମେୟ ହେଉଛି।
