ଭାରତର ପ୍ରଥମ ମହିଳା ଫଟୋଗ୍ରାଫର ହୋମୀ ୱାରାବାଲାଙ୍କୁ ଗୁଗଲ, ଡୁଡଲ ବନାଇ ସମ୍ମାନିତ କଲା

ନୂଆଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ଭାରତର ପ୍ରଥମ ମହିଳା ଫଟୋଗ୍ରାଫର ହୋମୀ ବ୍ୱାରାବାଲାଙ୍କୁ ଗୁଗଲ, ଡୁଡଲ ବନାଇକରି ସମ୍ମାନ ଦେଇଛି। ହୋମୀଙ୍କର ୧୦୪ ତମ ଜନ୍ମଦିନରେ Google ତାଙ୍କୁ “ଫାଷ୍ଟ ଲେଡ଼ି ଅଫ ଦ ଲେଂସ” ଭାବରେ ସମ୍ମାନିତ କରିଛି। ତାଙ୍କ ଦ୍ୱାରା ଉଠା ଯାଇଥିବା ଫଟୋ ଦୁନିଆରେ ପ୍ରସିଦ୍ଧି ପାଇଥିଲା।

ୱାରାବାଲାଙ୍କର ଜନ୍ମ ୧୯୧୩ ମସିହାରେ ଗୁଜରାତର ନବସାରୀରେ ଏକ ପାର୍ସୀ ପରିବାରରେ ହୋଇଥିଲା। ତାଙ୍କର ପିତା ଏକ ଟ୍ରାଭଲିଙ୍ଗ ଥିଏଟର କଂପାନୀରେ କାମ କରୁଥିଲେ। ଏହି କାରଣରୁ ତାଙ୍କର ପିଲାଦିନଗୁଡ଼ିକ ଅନେକ ସ୍ଥାନରେ କଟିଥିଲା। ବମ୍ବେ ବିଶ୍ୱବିଦ୍ୟାଳୟରେ ପଢ଼ିସାରିବା ପରେ ୱାରାବାଲା ବମ୍ବେରେ ଫଟୋ ଉଠାଇବା ଆରମ୍ଭ କରିଦେଲେ ଏହା ପରେ ସେ ଜଣେ ପ୍ରୋଫେସନଲ ଫୋଟୋଗ୍ରାଫର ବନିଯାଇଥିଲେ।

୧୯୪୨ରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୱାରାବାଲାଙ୍କୁ ଦିଲ୍ଲୀରେ ଏକ ବ୍ରିଟିଶ ଇନଫରମେଶନ ସର୍ଭିସରେ କାମ ମିଳିଥିଲା। ସେ ବମ୍ବେର ଇଲ୍ୟୁଷ୍ଟ୍ରେଟଡ ୱୀକିଲି ଅଫ ଇଣ୍ଡିଆରେ ମଧ୍ୟ କାମ କଲେ। ଏଥିରେ ତାଙ୍କର ଅନେକ ରଙ୍ଗିନ ଏବଂ ବ୍ଲୈକ ଏଂଡ ହ୍ୱାଇଟ ଫଟୋ ପ୍ରକାଶିତ ହୋଇଥିଲା।

ପତିଙ୍କର ମୃତ୍ୟୁର ଏକ ବର୍ଷ ପରେ ୱାରାବାଲା ଫଟୋଗ୍ରାଫୀ ଛାଡ଼ିଦେଇଥିଲେ ଏବଂ ଗୁଜରାତର ବଡୋଦରାରେ ଏକୁଟିଆ ରହିବାକୁ ଲାଗିଲେ। ତାଙ୍କର ପୁଅଙ୍କର ମଧ୍ୟ ୧୯୮୯ରେ ମୃତ୍ୟୁ ହୋଇଥିଲା। ଭାରତ ସରକାର ତାଙ୍କୁ ୨୦୧୦ରେ ପଦ୍ମ ବିଭୂଷଣ ରେ ସମ୍ମାନିତ କଲେ ୧୫ ଜାନୁଆରୀ ୨୦୧୨ରେ ତାଙ୍କର ପରଲୋକ ହୋଇଥିଲା।

 

Leave a Reply

Your email address will not be published. Required fields are marked *