ଓଡ଼ିଶା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗକୁ ନେଇ ବିଜେପି ପକ୍ଷରୁ ଶୋକସଭା

ହରିଚନ୍ଦନପୁର, ତା୧୭ ଅଗଷ୍ଟ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଗତ ଗୁରୁବାର ଦିନ ବିୟୋଗକୁ ନେଇ ଶୁକ୍ରବାର ଦିନ ହରିଚନ୍ଦନପୁର ବ୍ଲକ ବିଜେପି ତରଫରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବିଜେପିର ଶତାଧିକ କର୍ମୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ମାଲ୍ୟାପଣ କରି ବଜାର ପରିକ୍ରମା କରିଥିଲେ। ପରେ ହନୁମାନ ମନ୍ଦିର ପ୍ରାଗଣରେ ଫଟୋ ଚିତ୍ରରେ ମାଲ୍ୟାପଣ କରି ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ଜଳନ କରିଥିଲେ। ସମସ୍ତ ଦଳୀୟ କର୍ମୀ ଏକତ୍ରିତ ହୋଇ ୨ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ବିଜେପି ବ୍ଲକ ସଭାପତି ଅଭିମନ୍ୟୁ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ତେଲକୋଇ ନିର୍ବାଚନ ମଣ୍ଡଳୀର ଲଢୁଆ ନେତା ଧନୁର୍ଜୟ ସିଦ୍ଧୁ, ପ୍ରଶାନ୍ତ କୁମାର ଦଳେଇ, ଓ ବ୍ଲକ କାର୍ଯ୍ୟକାରିଣୀ ପ୍ରଦୀପ୍ କୁମାର ସାହୁ, କୃଷ୍ଣ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ପାତ୍ର ସମେତ ଅନେକ କର୍ମୀ ଯୋଗ ଦେଇଥିଲେ।


Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top