ଆନ୍ତର୍ଜାତୀୟ

ଭାରତର ଐତିହାସିକ ବିଜୟ: ହାତେଇଲା ନିଦାହାସ ଟ୍ରଫି: କେମିତି ଥିଲା ଶେଷ ଓଭରର ରୋମାଞ୍ଚ ପଢ଼ନ୍ତୁ –

କଲୋମ୍ବୋ ୧୮-୩ (ଓଡ଼ିଆ ପୁଅ) ଭାରତ ବାଂଗ୍ଲାଦେଶକୁ ହରାଇ ଶ୍ରୀଲଙ୍କାରେ ହୋଇଥିବା ନିଦାହାସ ଟି-20 ଟ୍ରାଇ ସିରିଜ୍ ହାତେଇଛି। ରବିବାର ରାତିରେ କଲୋମ୍ବୋରେ ଖେଳାଯାଇଥିବା ଫାଇନଲ ମ୍ୟାଚ୍ ଟିମ ଇଣ୍ଡିଆ ନେ ୪ ୱିକେଟରେ ବିଜୟ ଲାଭ କରିଛି। ଏହି ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍ ରେ ଟିମ ଇଣ୍ଡିଆର ବିଜୟର ହୀରୋ ଦିନେଶ କାର୍ତିକ ପ୍ରମାଣିତ ହୋଇଛନ୍ତି। ସେ ଶେଷ ବଲରେ ଛକା ଲଗାଇ ଭାରତକୁ ବିଜୟର ଟିକା ପିନ୍ଧାଇଛନ୍ତି। ୮ଟି ବ।ଲ ଖେଳି ସେ ନିଜର ଛୋଟ ଇନିଙ୍ଗ୍ସରେ ୨ ଚୌକା ଏବଂ ୩ଟି ଛକା ଲଗାଇ କରିଛନ୍ତି ୨୯ ରନ। ଏମିତି ଥିଲା ମ୍ୟାଚ୍…

– ମ୍ୟାଚ୍ ରେ ଟିମ ଇଣ୍ଡିଆ ଟସ ଜିତିକରି ପ୍ରଥମେ ଫିଲ୍ଡିଙ୍ଗ କରିବାକୁ ନିଷ୍ପତି ନେଇଥିଲା। ବାଂଗ୍ଲାଦେଶର ଆରମ୍ଭ ଭଲ ନଥିଲା ଏବଂ ପାଞ୍ଚ ଓଭର ପର୍ଯ୍ୟନ୍ତ ୩୩ ରନର ସ୍କୋର ଉପରେ ତିନୋଟି ୱିକେଟ ପଡ଼ିଯାଇଥିଲା।
– ବାଂଗ୍ଲାଦେଶ ତରଫରୁ ଚତୁର୍ଥ ୱିକେଟ ପାଇଁ ୩୩ ରନ ଏବଂ ପଞ୍ଚମ ୱିକେଟ ପାଇଁ ୩୬ ରନର ପାର୍ଟନରଶିପ ହୋଇଥିଲା।
– ବାଂଗ୍ଲାଦେଶ ୨୦ ଓଭରରେ ୮ ୱିକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲା। ଯେଉଁଥିରେ ସବ୍ବୀର ରହମାନ ୫୦ ବଲରେ ସବୁଠାରୁ ଅଧିକ ୭୭ ରନ (୭ ଚୌକା, ୪ ସିକ୍ସ) କରିଥିଲେ।
– ଜବାବରେ ଟାରଗେଟର ପିଛା କରି ଓହ୍ଲାଇଥିବା ଟିମ ଇଣ୍ଡିଆର ପ୍ରାରମ୍ଭ ଭଲ ନଥିଲା ଏବଂ ୩୨ ରନରେ ଦୁଇଟି ୱିକେଟ ପଡ଼ିଯାଇଥିଲା।
– ତୃତୀୟ ୱିକେଟ ପାଇଁ ରୋହିତ ଏବଂ ରାହୁଲ ମିଶି ୫୧ ରନର ପାର୍ଟନରସିପ କରିଥିଲେ। ୫୬ ରନ ବନାଇ ରୋହିତ ଶର୍ମା ଆଉଟ ହୋଇଗଲେ।
– ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କର ୫୬, ଦିନେଶ କାର୍ତିକଙ୍କର ୨୯ ଏବଂ ଲୋକେଶ ରାହୁଲଙ୍କର ୨୪ ରନର ସହାୟତାରେ ୬ ୱିକେଟରେ ୧୬୮ ରନ କରି ଏହି ମ୍ୟାଚ୍ ୪ ୱିକେଟରେ ବିଜୟ ଲାଭ କରିଥିଲା।
– ଦିନେଶ କାର୍ତିକଙ୍କୁ ତାଙ୍କ ଇନିଂଗ ପାଇଁ ‘ପ୍ଲେୟାର ଅଫ ଦ ମ୍ୟାଚ୍’ ମନୋନୀତ କରାଗଲା। ସେଠାରେ ୱାସିଂଙ୍ଗଟନ ସୁନ୍ଦର ‘ପ୍ଲେୟାର ଅଫ ଦ ସିରିଜ’ ହୋଇଛନ୍ତି।

୧୮ ବଲରେ ବନାଇଥିଲେ ୩୫ ରନ

– ୧୭ ଓଭର ପରେ ଟିମ ଇଣ୍ଡିଆର ସ୍କୋର ୧୩୨/୪ ରନ ଥିଲା ଏବଂ ଟିମ ଜିତିବା ପାଇଁ ୧୮ ବଲରେ ୩୫ ରନର ଆବଶ୍ୟକତା ଥିଲା। ଏହି ସମୟ ଷ୍ଟ୍ରାଇକ ଶଙ୍କରଙ୍କ ନିକଟରେ ଥିଲା।
– ୧୮ତମ ଓଭରରେ ଆରମ୍ଭର ଚାରୋଟି ବଲରେ କୌଣସି ରନ ବନିଲା ନାହିଁ। ପଞ୍ଚମ ବଲରେ ଶଙ୍କର ଲେଗବାୟରେ ଏକ ରନ ନେଲେ। ଏହି ଓଭରର ଶେଷରେ ମନୀଷ ପାଣ୍ଡେ କ୍ୟାଚ ଆଉଟ ହୋଇଗଲେ।
– ଏହି ଓଭର ସମାପ୍ତ ହେବା ପରେ ଟିମ ଇଣ୍ଡିଆର ସ୍କୋର ୫ ୱିକେଟରେ ୧୩୩ ରନ ହୋଇଥିଲା। ଏବେ ଟିମକୁ ଜୀତିବାପାଇଁ ପାଇଁ ୩୪ ରନର ଆବଶ୍ୟକତା ଥିଲା।

ଜବରଦସ୍ତ ପ୍ରମାଣିତ ହେଲା ୧୯ତମ ଓଭର

– ଏହି ଓଭର ଭାରତ ପାଇଁ ଜବରଦସ୍ତ ପ୍ରମାଣିତ ହେଲା। ଏହି ଓଭରରେ ଦିନେଶ କାର୍ତିକ ଏକୁଟିଆ ୨୨ ରନ ବନାଇଥିଲେ। ରୁବେଲ ହୁସୈନଙ୍କର ଏହି ଓଭରରେ କାର୍ତିକ ୨ଟି ଛକ୍କା ଏବଂ ୨ ଚୌକା ସମେତ ସର୍ବମୋଟ ୨୨ ରନ ବନାଇଥିଲେ।
– ୧୯ତମ ଓଭର ଆରମ୍ଭ ହୋବା ସମୟରେ ଭାରତକୁ ଜିତିବା ୩୪ ରନ ଦରକାର ଥିଲା, କିନ୍ତୁ ଏହି ଓଭର ପରେ ବିଜୟର ବ୍ୟବଧାନ କେବଳ ୧୨ ରନକୁ ଆସିଗଲା।
ଶେଷ ଓଭରରେ ବନାଇଲେ ୧୨ ରନ

– ଶେଷ ଓଭରରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୧୨ ରନର ଆବଶ୍ୟକ ଥିଲା। ଷ୍ଟ୍ରାଇକ ଉପରେ ବିଜୟ ଶଙ୍କର ଥିଲେ, ସେତେବେଳେ ସୌମ୍ୟ ସରକାରଙ୍କର ବଲ ୱାଇଡ୍ ହେଲା।

– ଏହି ଓଭରର ପ୍ରଥମ ବଲ ୱାଇଡ ହେଲା। ଏହା ପରେ ପରେ ଭାରତ ଆସନ୍ତା ୬ଟି ବ।ଲରୁ ୧୧ ରନ ଦରକାର ଥିଲା। କିନ୍ତୁ ଏହା ଏତେ ସହଜ ନଥିଲା।

ଦିନେଶ କାର୍ତିକ 20 ତମ ଓଭରର ଶେଷ ବଲ୍ ରେ ଛକ୍କା ମାରି ଭାରତକୁ ଜିତାଇଲେ। ସେ ୮ ଟି ବଲ ରେ ୩ ଛକ୍କା ଏବଂ ୨ଟି ଚୌକାମାରି ୨୯ ରନ ବନାଇଥିଲେ।

ଶ୍ରୀଲଙ୍କାରେ ଚାଲିଥିବା ନିଦହାସ ଟି-20 ଟ୍ରଫିର ଫାଇନଲ ମ୍ୟାଚ୍ ଭାରତ-ବାଂଗ୍ଲାଦେଶ ମଧ୍ୟରେ ରବିବାରଗିନ କଲୋମ୍ବୋରେ ଖେଳାଯାଇଥିଲା। ଭାରତ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଗ୍ଲାଦେଶ ୮ଟି ୱିକେଟ ବିନିମୟରେ ୨୦ ଓଭରରେ ୧୬୬ ରନ୍ କରିଥିବା ବେଳେ ଭାରତକୁ ୧୬୭ ରନ୍ ର ବିଜୟ ଲକ୍ଷ ଦେଇଥିଲା। ଏହି ଲକ୍ଷକୁ ହାସଲ କରିବା ପାଇଁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ କଡ଼ା ଟକ୍କର ସହିତ ୧୬୮ ରନ କରିଥିଲା। ବାଂଗ୍ଲାଦେଶର ସାବୀର ରହମାନ ସର୍ବାଧିକ ୭୭ ରନ୍ କରିଥିବା ବେଳେ ଭାରତର ଯୁଜଭେନ୍ଦ୍ର ଚହଲ ୧୮ ରନ୍ ଦେଇ ୩ଟି ୱିକେଟ ନେଇଥିଲେ। ଭାରତ ତରଫରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୬ ରନ୍ କରି ନଜମୁଲ ଇସ୍ଲାମ ବଲ ରେ ମହମୂଦୁଲ୍ଲାହ ହାତରେ କ୍ୟାଚ ଟେକି ଦେଇଥିଲେ। ଖେଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସସ୍ପେନ୍ସ ଲାଗି ରହିଥିଲା। ୧୯.୫ ଓଭରରେ ୧୬୨ ରନ୍ କରିଥିଲା ଭାରତ। ଶେଷ ବଲରେ ଜିତିବା ପାଇଁ ୫ ରନ ଆବଶ୍ୟକ ଥିବା ବେଳେ ଦିନେଶ କାର୍ତ୍ତିକ ଛକା ମାରି ଭାରତକୁ ବିଜୟର ଟୀକା ପିନ୍ଧାଇଥିଲେ।

ସୂଚନା ଦିଆଯାଇପାରେଯେ, ଟିମ ଇଣ୍ଡିଆ ଏହି ଟ୍ରଫିରେ କେବଳ ପ୍ରଥମ ମ୍ୟାଚ୍ ହାରି ଥିଲା। ତା’ ପରର ପାଞ୍ଚଟି ମ୍ୟାଚରେ ଜିତିଥିଲା। ଅନ୍ୟ ପଟେ, ବାଂଗ୍ଲାଦେଶ ରବିବାରଦିନ ରାତିରେ ଯେଉଁପରି ଭାବରେରେ ଭାରତ ସହ ଖେଳିଥିଲା ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ। ପ୍ରତ୍ୟେକ ଥର ଭାରତ ବାଂଗ୍ଲାଦେଶ ଠାରୁ ବିଜୟ ଲାଭ କରିଥିବା ବେଳେ ଆଜିର ମ୍ୟାଚ ଥିଲା ରୋମାଞ୍ଚକ।

ସ୍କୋର କାର୍ଡ଼
———————
ବ୍ୟାଟ୍ସମ୍ୟାନ ରନ ବଲ୍ S/R ଚୌକା ଛକା
ତମୀମ ଇକବାଲ କଟ୍ ଶାର୍ଦୁଲ ଠାକୁର ବୋଲ୍ଡ ଯୁଜ଼ବେନ୍ଦ୍ର ଚହଲ ୧୫ ୧୩ ୧୧୫.୩୮ ୧ ୦
ଲିଟନ ଦାସ କଟ୍ ସୁରେଶ ରୈନା ବୋଲ୍ଡ ୱାସିଙ୍ଗଟନ ସୁନ୍ଦର ୧୧ ୯ ୧୨୨.୨୨ ୦ ୧
ସାବୀର ରହମାନ ବୋଲ୍ଡ ଜୟଦେବ ଉନାଦକତ ୭୭ ୫୦ ୧୫୪.୦୦ ୭ ୪
ସୌମ୍ୟ ସରକାର କଟ୍ ଶିଖର ଧବନ ବୋଲ୍ଡ ଯୁଜବେନ୍ଦ୍ର ଚହଲ ୧ ୨ ୫୦.୦୦ ୦ ୦
ମୁଶଫିକର ରହୀମ (ୱିକେଟ କିପର) କଟ୍ ବିଜୟ ଶଙ୍କର ବୋଲ୍ଡ ଯୁଜବେନ୍ଦ୍ର ଚହଲ ୯ ୧୨ ୭୫.୦୦ ୦ ୦
ମହମୁଦୁଲ୍ଲାହ ରନ ଆଉଟ (ଦିନେଶ କାର୍ତିକ / ବିଜୟ ଶଙ୍କର) ୨୧ ୧୬ ୧୩୧.୨୫ ୨ ୦
ଶାକିବ ଅଲ ହସନ (ଅଧିନାୟକ) ରନ ଆଉଟ (ଲୋକେଶ ରାହୁଲ / ବିଜୟ ଶଙ୍କର) ୭ ୭ ୧୦୦.୦୦ ୧ ୦
ମେହେଦୀ ହସନ ନଟ ଆଉଟ୍ ୧ ୯ ୭ ୨୭୧.୪୨ ୨ ୧
ରୁବେଲ ହୁସୈନ ବ ଜୟଦେବ ଉନାଦକତ ୦ ୧ ୦.୦୦ ୦ ୦
ମୁଷ୍ଟାଫିଜୁର ରହମାନ ଆଉଟ ନୁହେଁ ୦ ୦.୦୦ ୦.୦୦ ୦ ୦
ଏକ୍ସ୍ଟ୍ରସ (W ୪, LB ୨) ୬
ସର୍ବମୋଟ (୮ ୱିକେଟ, ୨୦ ଓଭର) ୧୬୬
————————————————
ବୋଲର ଓଭର ଡଟ୍ସ ରନ୍ ୱିକେଟ ଇକୋନୋମି
ଜୟଦେବ ଉନାଦକତ ୪ ୭ ୩୩ ୨ ୮.୨୫
ୱାଶିଂଗଟନ ସୁନ୍ଦର ୪ ୧୧ ୨୦ ୧ ୫.୦୦
ଯୁଜଭେନ୍ଦ୍ର ଚହଲ ୪ ୯ ୧୮ ୩ ୪.୫୦
ଶାର୍ଦୁଲ ଠାକୁର ୪ ୮ ୪୫ ୦ ୧୧.୨୫
ବିଜୟ ଶଙ୍କର ୪ ୪ ୪୮ ୦ ୧୨.୦୦
——————————–
ୱିକେଟର ପତନ
୧-୨୭ (ଦାସ, ୩.୨ ଓଭର), ୨-୨୭ (ଇକବାଲ, ୪.୨ ଓଭର), ୩-୩୩ (ସରକାର, ୪.୬ ଓଭର), ୪-୬୮ (ରହୀମ, ୧୦.୧ ଓଭର), ୫-୧୦୪ (ମହମଦୁଲ୍ଲାହ, ୧୪.୨ ଓଭର), ୬-୧୩୩ (ଅଲ ହସନ, ୧୬.୫ ଓଭର), ୭-୧୪୭ (ରହମାନ, ୧୮.୨ ଓଭର), ୮-୧୪୮ (ହୁସୈନ, ୧୮.୩ ଓଭର)
——————————————-
ଭାରତ (ରନ ଦର: ୮.୪୦)
ବ୍ୟାଟ୍ସମ୍ୟାନ ରନ ବଲ୍ S/R ଚୌକା ଛକା
ଶିଖର ଧବନ କଟ୍ ଉପ (ଅରୀଫୁଲ ହକ) ବୋଲ୍ଡ ଶାକିବ ଅଲ ହସନ ୧୦ ୭ ୧୪୨.୮୫ ୦ ୧
ରୋହିତ ଶର୍ମା ଅଧିନାୟକ ମହମୂଦୁଲ୍ଲାହ ବୋଲ୍ଡ ନଜମୁଲ ଇସ୍ଲାମ ୫୬ ୪୨ ୧୩୩.୩୩ ୪ ୩
ସୁରେଶ ରୈନା କଶ୍ମୀର ମୁଶଫିକୁର ରହୀମ ବୋଲ୍ଡ ରୂବେଲ ହୁସୈନ ୦ ୦.୦୦ ୦.୦୦ ୦ ୦
ଲୋକେଶ ରାହୁଲ କଟ୍ ସବ୍ବୀର ରହମାନ ବୋଲ୍ଡ ରୁବେଲ ହୁସୈନ ୨୪ ୧୪ ୧୭୧.୪୨ ୨ ୧
ମନୀଷ ପାଣ୍ଡେ କଟ୍ ସବ୍ବୀର ରହମାନ ବୋଲ୍ଡ ମୁସ୍ତଫିଜୁର ରହମାନ ୨୮ ୨୭ ୧୦୩.୭୦ ୩ ୦
ବିଜୟ ଶଙ୍କର କଟ୍ ସବ୍ବୀର ରହମାନ ବୋଲ୍ଡ ସୌମ୍ୟ ସରକାର ୧୭ ୧ ୯ ୮୯.୪୭ ୩ ୦
ଦିନେଶ କାର୍ତିକ ଡବ୍ଲ୍ୟୂ ଆଉଟ୍ ନୁହେଁ ୨୯ ୮ ୩୬୨.୫୦ ୨ ୩
ୱାସିଙ୍ଗଟନ ସୁନ୍ଦର ଆଉଟ୍ ନୁହେଁ ୦ ୦ ୦.୦୦ ୦ ୦
ଏକ୍ସ୍ଟ୍ରସ (ଡବ୍ଲ୍ୟୂ ୨, ଏଲବି ୨) ୪
ସର୍ବମୋଟ (୬ ବିକେଟ, ୨୦ ଓଭରର) ୧୬୮
—————————
ବ୍ୟାଟିଂ କରିନାହାଁନ୍ତି:
ଶାର୍ଦୁଲ ଠାକୁର, ଯଜ୍ଵେଂଦ୍ର ଚହଲ, ଜୟଦେବ ଉନାଦକତ
—————-
ବୋଲର ଓଭର ଡଟ୍ସ ରନ୍ ୱିକେଟ ଇକୋନୋମି
ଶାକିବ ଅଲ ହସନ ଅଧିନାୟକ ୪ ୧୦ ୨୮ ୧ ୭.୦୦
ମେହେଦୀ ହସନ ୧ ୨ ୧୭ ୦ ୧୭.୦୦
ରୁବେଲ ହୁସୈନ ୪ ୧୦ ୩୫ ୨ ୮.୭୫
ନାଜମୁଲ ଇସ୍ଲାମ ୪ ୭ ୩୨ ୧ ୮.୦୦
ମୁସ୍ତଫ଼ାଝୁର ରହମାନ ୪ ୧୨ ୨୧ ୧ ୫.୨୫
ସୌମ୍ୟ ସରକାର ୩ ୪ ୩୩ ୧ ୧୧.୦୦
ୱିକେଟର ପତନ
୧-୩୨ (ଧବନ, ୨.୪ ଓଭର), ୨-୩୨ (ରୈନା, ୩.୩ ଓଭର), ୩-୮୩ (ରାହୁଲ, ୯.୩ ଓଭର), ୪- ୯ ୮ (ଶର୍ମା, ୧୩.୨ ଓଭର), ୫-୧୩୩ (ପାଣ୍ଡେ, ୧୭.୬ ଓଭର) ୬-୧୬୨ (ଶଙ୍କର, ୧ ୯ .୫ ଓଭର)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top