ଆନ୍ତର୍ଜାତୀୟ

ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ) ୨୦୧୭ର ମିଳିତ ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ)-୨୦୧୭ର ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (ଏମଓୟୁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ଲାଭ କରିଛି। ସମ୍ମିଳନୀର ସଫଳ ଆୟୋଜନ ଲାଗି ଲଜିଷ୍ଟିକ୍ସ, ପରିବହନ ଏବଂ ଆୟୋଜନସ୍ଥଳୀ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିବା ନିମନ୍ତେ ସହଯୋଗ କ୍ଷେତ୍ର ଏବଂ ଉତରଦାୟିତ୍ୱର ବ୍ୟବସ୍ଥା ଏହି ଏମଓୟୁରେ ରହିଛି।

ଜିଇଏସ-୨୦୧୭ ବିଶ୍ୱସ୍ତରୀୟ ଶିଳ୍ପ ନେତୃବୃନ୍ଦଙ୍କ ସହିତ ବୈଠକ, ନେଟୱାର୍କିଂ ସେସନ୍ସ, ପିଚିଂ ପ୍ରତିଯୋଗିତା, ରଣନୈତିକ କର୍ମଶାଳା ଏବଂ ନୂଆ ସହଭାଗୀତା ପାଇଁ ସ୍ୱତନ୍ତ୍ର କ୍ଷେତ୍ର ଆଧାରିତ କାର୍ଯ୍ୟକ୍ରମ ନିମନ୍ତେ ଚମକ୍ରାର ସୁଯୋଗ ଦେଇଥିଲା। ଏହି ସମ୍ମିଳନୀ ଯୁବ ଉଦ୍ୟୋଗୀମାନଙ୍କୁ, ବିଶେଷ କରି ମହିଳା ଉଦ୍ୟୋଗୀ ଏବଂ ବଂଚିତ ଗୋଷ୍ଠୀଙ୍କ ପାଇଁ ସେମାନଙ୍କ ଅର୍ଥନୈତିକ ସୁଯୋଗ ବୃଦ୍ଧି ନିମନ୍ତେ ଏକ ମଂଚ ଯୋଗାଇ ଦେଇଥିଲା।

ସୂଚନାଯୋଗ୍ୟ ଯେ ଜିଇଏସ-୨୦୧୭ ଗତ ୨୮-୩୦ ନଭେମ୍ବର, ୨୦୧୭ରେ ହାଇଦ୍ରାବାଦଠାରେ ଆୟୋଜିତ ହୋଇଥିଲା। ଏଥିରେ ୧୫୦ଟି ଦେଶରୁ ୧୫ଶହ ପ୍ରତିନିଧି ଯୋଗ ଦେଇଥିଲେ। ଏହାସହିତ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ସିଇଓ, ନୀତି ନିର୍ଦ୍ଧାରକ ଏବଂ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top