ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ରାୟଗଡା ତା-୧୭/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କୁ ନେଇ ସକାଳୁ ୧୧ଘଣ୍ଟା ସମୟରେ ପୁର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସେଠାରେ ବାଜପେୟୀଙ୍କ ବିଭିନ୍ନ ସାହାସିକତା କାର୍ଯ୍ଯକୁ ମନେପକାଇ ଥିଲେ। ଏବଂ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଳା ଦେଇ ନିରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶିବସୁନ୍ଦର ଉଲ୍ଲାକା, ବସନ୍ତ ଉଲ୍ଲାକା, କାଳୀରାମ ମାଝୀ ଏବଂ ତପନ ତପାଦାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। ସେହିପରି ମୁନିଗୁଡା ଠାରେ ମଧ୍ୟ ବିଜେପି ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ଅଧକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା। ଏହିପରି ଆମ ଖଟିର ସଭ୍ୟଙ୍କୁ ନେଇ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ଅମଲା ସଂଘ ପାଠାଗାରରେ ବରଣ୍ୟ ଜନନାୟକ ତଥା କବି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବାଜପେୟୀଙ୍କ ସ୍ୱଲିଖିତ ବା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ନିଜସ୍ୱ ଲେଖା କବିତା ପଢି ଭାରତ ରତ୍ନଙ୍କ ଶୋକ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ଯାପକ ଡା ଦୁଷ୍ମନ୍ତ ମହାନ୍ତି, ଅବସର ପ୍ରାପ୍ତ ଅଧ୍ୟାପକ ତଥା ନାଟ୍ୟକାର ନରେନ୍ଦ୍ର ମିଶ୍ର , ଡମ୍ବରୁ ପଟ୍ଟନାୟକ, ରମେଶ ଟାକିରି, ଆଶୁତୋଷ ପାତ୍ର ଏବଂ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ହୋଇ ଶୋକ ସଭା ଆୟୋଜନ କରାଯାଇଥିଲା। ସଂନ୍ଧ୍ୟା ୬ଘଣ୍ଟା ସମୟରେ ରାୟଗଡା ଗାନ୍ଧୀପାର୍କ ଠାରୁ ସହର ମଧ୍ୟ ଦେଇ ଗଜପତି ଛକଯାଏ ଏକ ଶାନ୍ତି କ୍ଯାଣ୍ତେଲ ସଭାଯାତ୍ରା ଯୁବସଂଘଠନର ପ୍ରତାପ ପୁଆଲାଙ୍କ ଦ୍ବାରା ଆୟୋଜନ କରାଯାଇଥିଲା। ସେପରି ଗୁଣପୁର ଓକିଲ ସଂଘ ଓ ସାଧାରଣ ଲୋକପକ୍ଷରୁ ଏକ ଶୋକ ସଭା ଆୟୋଜନ କରାଯାଇଥିଲା। କାଶୀପୁର ଠାରେ ମଧ୍ୟ ସକାଳୁ ବର୍ଷାରେ ଭିଜି ଭିଜି ଏକ ଶୋକ ସଭା ଆୟୋଜିତ ହୋଇଥିଲା। ଏପରିକି ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ ମଧ୍ୟ ଏହିମହାପୁରୁଷଙ୍କୁ ମନେପକାଇ ଶୋକ ପାଳନ କରାଯାଇଛି। ଏବଂ ଜିଲ୍ଲାର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜ ଗୁଡିକ ରାଜ୍ୟ ସରକାରଙ୍କ ଆଦେଶ ପ୍ରକାରେ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *