ଭାରତରତ୍ନ ଅଟଳ ବିହାରୀଙ୍କ ବିୟୋଗରେ ଶୋକ: ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଦେଶସାରା ଶୋକକୂଳ ପରିବେଶ। ରାଷ୍ଟ୍ରୀୟ ଶୋକ ଦିବଶ ୭ ଦିନ ପର୍ଯ୍ୟନ୍ତ ପାଳନ କରାଯାଉଛି। ଅନେକ ରାଜ୍ୟ ସରକାର ୧୭.୮.୧୮ ତାରିଖ ଦିନକୁ ଛୁଟି ଘୋଷଣା କରିଛନ୍ତି। ୧୬.୮.୧୮ ତାରିଖ ସଂନ୍ଧ୍ୟା ୫ଟା ୫ ମିିନିଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିବା ବେଳକୁ ଦେଶବାସୀ ଟିଭି ଆଗରେ ଜମାଟ ବାନ୍ଧି ବସିଯାଇଥିଲେ। ଆଜି ରାଉରକେଲା ଟ୍ୟାକ୍ସବାର ଆଶୋସିଏସନର ସଭାଗୃହରେ ଯେଉଁ ପରିବେଶ ଶୃଷ୍ଠି ହୋଇଥିଲା, ଯେପରି ସମସ୍ତେ ଅତ୍ୟନ୍ତ ଶୋକରେ ଦୁଃଖିତ, ମର୍ମାହତ ଓ ବିଚଳିତ ଥିଲେ। ଏଠାରେ ଏକ ଶୋକ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଶୋକ ସଭାରେ ସଭାପତିତ୍ୱ କରିଥିବା ରାଧେଶ୍ୟାମ ଅଗ୍ରୱାଲ ପଞ୍ଜଜନ୍ୟ ପତ୍ରିକା ପ୍ରଦର୍ଶୀତ କରି ଭାରତରତ୍ନ ବାଜପେୟୀଙ୍କ ବିଷୟରେ ଅନେକ ଅଜଣା କଥା ନିଜର ବକ୍ତବ୍ୟରେ ସ୍ଥାନ ଦେଇଥିଲେ। ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ, ଡଃ. ପଦ୍ମଲୋଚନ ରାଉତ, ହେମନ୍ତ କୁମାର ବେହେରା, ପ୍ରଶାନ୍ତ ପୃଷ୍ଟି, ସୁବାଷ ଅଗ୍ରୱାଲ, ଦିଲ୍ଲିପ ଅଗ୍ରୱାଲ, ମାନସ ଧର, ଶିବ ଶରଣ ମିଶ୍ର, ଜି.କେ.ସିଂହ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ରଖିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୋକ ସଭା ପ୍ରାରମ୍ଭରେ ୩ ଥର ଓଁମ ସ୍ୱର ଉତ୍ତୋଳନ କରିବା ସହିତ ୩ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତତ୍ ପୂର୍ପରୁ ଭାରତରତ୍ନ ଅଟଳ ବିହାରିଙ୍କ ଫଟୋ ଚିତ୍ରରେ ପୁଷ୍ପର୍ଘ୍ୟ ଅର୍ପଣ ସମସ୍ତ ସଦସ୍ୟ ବୃନ୍ଦ ପ୍ରଦାନ କରିଥିଲେ। ଏହି ଶୋକ ସଭାରେ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଚଞ୍ଚଲ କେଡିଆ, ନରେଶ ଅଗ୍ରୱାଲ, ସ୍ୱାହଗ ପଟେଲ, ଦୀତିକୃଷ୍ଣ ପ୍ରଧାନ, ଉତ୍ତମ ରାୟ, ପ୍ରଦୀପ୍ତ ରାଉତ, ଅତୁଳ କାକର୍ଡ, ପ୍ରଦୀପ ଯାଧବ, ସଞ୍ଜୟ ମିଶ୍ର, ସୁରେନ୍ଦ୍ର ପ୍ରଜାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *