ଭାବୁକ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ : ସମ୍ଭାଳି ପାରିଲେନି କୋହ – କାନ୍ଦି ପକେଇଲେ

କଟକ ୨ ଜୁନ୍ (ଓଡ଼ିଆ ପୁଅ/ଚନ୍ଦନ ମଲ୍ଲିକ) : ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦିହୋଇ ଗିରଫ ହେବାପରେ ବିଜେଡି ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ମାନସିକ ସ୍ୱାସ୍ଥ୍ୟ ଏବେ ଭଲନାହିଁ ବେଲି କୁହାଯାଉଛି। ସିବିଆଇ ଦ୍ୱାରା ଗତ ସେପ୍ଟେମ୍ବର ମାସରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବାର କିଛିଦିନ ପରେ ତାଙ୍କର ଶରୀରର ଅସୁସ୍ଥତା କାରଣରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାକସ୍ଥଳୀ ଏବଂ ମେରୁଦଣ୍ଡ ଜନିତ ରୋଗ ଯୋଗୁଁ ତାଙ୍କର ପୂର୍ବରୁ ଅପେରସନ ହେଇଥିଲା। ସେ ଏବେ ଚିକିତ୍ସାଧିନ ଅଛନ୍ତି। ୟା ଭିତରେ ଖବର ପ୍ରକାଶ ପାଇଥିଲାଯେ, ତାଙ୍କର ମାନସିକ ଅବସ୍ଥା ଠିକ ନାହିଁ। ନିଜ ଲୋକମାନଙ୍କୁ ଭଲରେ ଚିହିଁ ପାରୁନାହାନ୍ତି ବୋଲି। କିନ୍ତୁ କ୍ୟାମେରା ଆଗରେ ନିଜର କୋହକୁ ନିୟନ୍ତ୍ରଣ କରିପାରିନାହାଁନ୍ତି ପ୍ରଭାତ। ସେ ଗଣ ମାଧ୍ୟମକୁ କହିଛନ୍ତି ମୋତେ ଭାରି ନିସ୍ତେଜ ଲାଗୁଛି। ଆଉ ବଞ୍ଚିବାକୁ ଇଛା ନାହିଁ।

Leave a Reply

Your email address will not be published. Required fields are marked *