ଜାତୀୟ

ଭାବଗତ ଏକତ୍ରୀକରଣ ଦ୍ୱାରା ହିଁ ଉଗ୍ରବାଦର ମୁକାବିଲା କରିହେବ – ଶ୍ରୀ ନରେନ୍ଦ୍ର ମୋଦୀ

କର୍ଣ୍ଣାଟକର ଟୁମକୁରୁଠାରେ ଯୁବ ସମ୍ମେଳନଳକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଟୁମକୁରୁ/କର୍ଣ୍ଣାଟକ ୪-୩ (ଓଡ଼ିଆ ପୁଅ) କର୍ଣ୍ଣାଟକର ଟୁମକୁରୁ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ସମ୍ମେଳନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇଥିଲେ। ଏହି ସମ୍ମେଳନ ଯୁବଶକ୍ତି-ନୂତନ ଭାରତର ସଂକଳ୍ପ ବିଷୟବସ୍ତୁ ଉପରେ ଆୟୋଜନ କରାଯାଇଥିଲା।

ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର ୧୨୫ତମ ବର୍ଷ ପୂର୍ତି ଏବଂ ଭଗିନୀ ନିବେଦିତାଙ୍କ ୧୫୦ତମ ଜୟନ୍ତୀ ତଥା ଟୁମକୁରୁ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ରୌପ୍ୟ ଜୟନ୍ତୀ ଅବସରରେ ଟୁମକୁରୁ ଠାରେ ଏହି ସମ୍ମେଳନ ଆୟୋଜନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଯଥାସମ୍ଭବ ଯୁବପିଢ଼ିଙ୍କ ସହିତ ମିଶିବା ଲାଗି ଚେଷ୍ଟା କରିଥାନ୍ତି ଏବଂ ସେମାନଙ୍କ ଆଶା ଓ ଆକାଂକ୍ଷାକୁ ଜାଣିବା ସହ ତଦନୁଯାୟୀ କାର୍ଯ୍ୟ କରିବା ଲାଗି ପ୍ରୟାସ କରିଥା’ନ୍ତି। ସେ କହିଥିଲେ ଯେ ଆଜିର ଆୟୋଜନର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ।

ସେ କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଭିନ୍ନସ୍ତରରେ ସ୍ୱାଧୀନତା ହାସଲ ଲାଗି ସମସ୍ତେ ଏକମନରେ ସଂକଳ୍ପ ନେଇଥିଲେ। ଏଥିରେ ସାମାଜିକ ସଂସ୍କାର ପାଇଁ ମଧ୍ୟ ପ୍ରୟାସ ସାମିଲ ଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୪ ବର୍ଷ ଧରି କେନ୍ଦ୍ର ସରକାର ଉତର-ପୂର୍ବର ଭାବଗତ ଏକତ୍ରୀକରଣ ପାଇଁ ପ୍ରୟାସ କରି ସଫଳ ହୋଇଛନ୍ତି। ସେ କହିଥିଲେ ଯେ ଏକତ୍ରୀକରଣ ଦ୍ୱାରା ହିଁ ଉଗ୍ରବାଦର ମୁକାବିଲା କରିହେବ।

ଏହି ଲକ୍ଷ ହାସଲ କରିବା ଲାଗି ଜୀବନକୁ ସମର୍ପିତ କରିବା ଦିଗରେ ସଂକଳ୍ପ ନେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଯୁବପିଢ଼ି ରାଷ୍ଟ୍ରନିର୍ମାଣରେ ସେମାନଙ୍କ ଶକ୍ତିର ଉପଯୋଗ କରିବା ଉଚିତ।ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୂଦ୍ରା ଯୋଜନା, ଆତ୍ମନିଯୁକ୍ତି ଏବଂ ଦକ୍ଷତା ବିକାଶ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଯୁବପିଢ଼ି ଉତମ ବର୍ତମାନ ଏବଂ ଭବିଷ୍ୟତ ପାଇଁ ଅତୀତରୁ ଶିକ୍ଷା ଲାଭ କରିବାକୁ ଚାହୁଁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top