ଜିଲ୍ଲା ପରିକ୍ରମା

ଭାତଗାଳୁଥିବା ସମୟରେ ଭାତହାଣ୍ଡି ପଡିଯାଇ ଗରମ ପେଜରେ ଯୁବକ ପୋଡି ହୋଇ ଗୁରୁତ

ମାଲକାନଗିରି,୧୮ା ୩ (ଓଡିଆ ପୁଅ ) ନିଜ ସ୍ତ୍ରୀ ଦେହ ଖରାପ ଥିବାରୁ ସ୍ୱାମୀ ଚୁଲିପାଖରେ ଭାତଗାଳୁଥିବା ସମୟରେ ଭାତହାଣ୍ଡିଟି ଓଲଟି ପଡିବାରୁ ଦେହରେ ପେଜପଡି ଗୁରୁତରଭାବେ ଆହତ ହାତ ହୋଇଛନ୍ତି । ଏମଭି୭୯ଥାନାସ୍ଥ ତେଣ୍ଡାରାଜପାଲ୍ଲି ଗ୍ରାମର କେ.ଚିଟୁଂ(୨୭) ନାମକ ଯୁବକ ନିଜ ସ୍ତ୍ରୀ ରତିକ ଙ୍କ ଦେହ ଅସୁସ୍ଥ ଥିବାରୁ ଘରେ ଚୁଲିରେ ଭାତରାନ୍ଧି ଗାଳୁଥିବା ସମୟରେ ହଟାତ ଭାତ ହାଣ୍ଡିଟି ହାତରୁ ଖସିପଡିଥିଲା ,ତଳେ ଗରମ ପେଜ ଭାତ ପଡି ଯାଇଥିଲା ,ଚିଟୁଂ ଙ୍କ ପାଦ ଖସି ଯିବାରୁ ସେ ଗରମପେଜ ଭିତରେ ପେଟେଇହୋଇ ପଡି ଯାଇଥିଲେ , ତଳେପଡି ଯିବାରୁ ଗରମପେଜରେ ତାଙ୍କ ମୁହଁ,ପେଟ,ହାତ ସବୁ ପୋଡି ଯାଇଛି । ସଙ୍ଗେ ସଙ୍ଗେ ତାଙ୍କୁ ଏମଭି୭୯ ଡାକ୍ତରଖନାକୁ ନେଇ ଚିକିତ୍ସା କରିଥିଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ଦେହର ପ୍ରାୟ୪୦ଭାଗ ପୋଡି ଯାଇଥିବାରୁ ତାଙ୍କ ଅବସ୍ଥା ଗରୁତର ଥିଲେ ମଧ୍ୟ ସେ ବିପଦ ମୁକ୍ତବୋଲି ଚିକିତ୍ସା କରୁଥିବା ଡାକ୍ତର ସପନକୁମାର ଧିଣ୍ଡା କହିଛନ୍ତି । ଘରକୁ ଚିଟୁଂ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ସେ ପୋଡିହୋଇ ମେଡିକାଲ ରେ ପଡିଥିବାରୁ ଘରେ ପରିବାର ଲୋକେ ବହୁତ ହଇରାଣ ହେଉଛନ୍ତି ।ମେଡାକାଲରେ ତାଙ୍କ ପତ୍ନୀ ରତିକ  କଅଁଳାପିଲାକୁ ଧରି ସ୍ୱାମୀର ସେବା କରୁଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top