ad
କେନ୍ଦୁଝର

ଭାଟିଆଶୁଣି ମକର ମେଳା ଆରମ୍ଭ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ହାଟଡ଼ିହି, ୧୪/୧ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ଶାଳଣିଆଁ ନିକଟସ୍ଥ ଗେଡମା ପଞ୍ଚାୟତର ଭାଟିଆଶୁଣୀ ପଡିଆରେ ଆରମ୍ଭ ହୋଇଛି ପବିତ୍ର ଭାଟିଆଶୁଣି ମକରମେଳା। ଆଜିଠାରୁ ୧୫ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଜନସମାଗମକୁ ଦୃଷ୍ଟିରେ ରଖି ଏଠାରେ ଶହେରୁ ଉର୍ଦ୍ଧ ଦୋକାନ ଖୋଲେ। କେନ୍ଦୁଝର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାର ଲୋକମାନେ ମେଳା ବୁଲିବାକୁ ଆସି ବିଭିନ୍ନ ସାମଗ୍ରୀମାନ କ୍ରୟ କରି ଘରକୁ ନେଇଥାନ୍ତି। ଏହି ମେଳାରେ ଛୁଞ୍ଚିଠାରୁ ଆରମ୍ଭ କରି ଚାଷ ଉପକରଣ ଓ ବିଭିନ୍ନ ଗୃହୋପକରଣ ସାମଗ୍ରୀ ବିକ୍ରବଟା ହେଉଥିବାରୁ ଏହାର ଫାଇଦାଉଠାନ୍ତି ସ୍ଥାନୀୟ ଜନସାଧାରଣ। ଏହି ମେଳା ଏ ଅଞ୍ଚଳର ଏକ ପ୍ରମୁଖ ପର୍ବ ହୋଇଥିବାରୁ ଏ ଅଞ୍ଚଳର ସମସ୍ତ ଲୋକମାନେ ଏହି ସମୟରେ ଏକତ୍ରିତ ହୋଇଥାନ୍ତି। ଛୋଟ ଛୁଆଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଗୁପଚୁପ ଚାଟ ଦୋକାନରେ ଭିଡ ଜମାଇଥାନ୍ତି।

ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସକାଳୁ ଅଜୟ ନାୟକ, ସୁଦର୍ଶନ ସ୍ୱାଇଁ, ବାଦଲ କୁମାର ଜେନା, ସନ୍ତୋଷ କୁମାର ଜେନା, ବାପିନା ଜେନା, ଅର୍ଜୁନ ଚରଣ ନାୟକ, ସଞ୍ଜୟ ବଳ, ନିରଞ୍ଜନ ଧଳ, ଗଦାଧର ଦେହୁରୀ, ଅନାମ ଦେହୁରୀ, ଶଙ୍କର୍ଷଣ ଦେହୁରୀ ହରିହର ଦେହୁରୀ, ବାବୁ ଖଟୁଆ ପ୍ରମୁଖ କର୍ତ୍ତାଭବେ ଘଟୋତ୍ତଳନ କରିବାପରେ ମାଙ୍କ ପାଖରେ ସ୍ୱତନ୍ତ୍ର ରିତୀନୀତି ମତେ ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯାଇଛି। ସକାଳୁ ସକାଳୁ ହଜାର ହଜାର ଭକ୍ତ ନିଜର ମାନସିକ ପୁରଣ ପାଇଁ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ମାନସିକ କରି ଘୋଡା ଚଢ଼ାଇଛନ୍ତି। ଏଥିପାଇଁ ୍ରାଜି ସମଗ୍ର ପୀଠଟି ଆଜି ଚଳଚଞ୍ଚଳ ହୋଇଉଠିଛି। ଭକ୍ତମାନେ ସୁଚାରୁରୁପେ ପୂଜାର୍ଚ୍ଚନା କରିବାପାଇଁ କମିଟି ପକ୍ଷରୁ ବ୍ୟାରିକେଟ ନିର୍ମାଣ କରାଯାଇ ମାଙ୍କ ନିକଟକୁ ଧାଡିରେ ଛଡାଯାଉଛି। ଭକ୍ତମାନେ ଆନନ୍ଦର ସହ ମାଙ୍କ ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରୁଛନ୍ତି। ଏଥିପାଇଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ୟବସାୟୀମାନେ ସେମାନଙ୍କ ପସରା ମେଲି ବସିଛନ୍ତି। ଶତାଧିକ ଭୋଗ ଦୋକନ ସାଙ୍ଗକୁ ମାଟିଘୋଡାର ପସରା ମେଲାଇବସିଛନ୍ତି କୁମ୍କାର ମାନେ। ଭକ୍ତମାନେ ମାଙ୍କ ନିକଟରେ ଘୋଡାଚଢ଼ାଇବାର ବିଧି ଥିବାରୁ ଶତାଧିକ ମାଟିଘୋଡା ଦୋକାନ ଖୋଲିଛି।
କାହିଁ କେଉ ଆଦିମ କାଳରୁ ଚାଲିଆସିଥିବା ଏହି ମେଳାର ବହୁ କିମ୍ବଦନ୍ତୀ ଥିବା ଶୁଣିବାକୁ ମିଳେ। ପୁର୍ବେ ଏଠାରେ ଭାଟିଆ ବୋଲି ଏକ ଗ୍ରାମ ଥିବାବେଳେ ଗ୍ରାମଟି କାଳକ୍ରମେ ନିଶ୍ଚିନ୍ନ ହୋଇଯାଇଥିଲା। ଯାହାକି ଏଠାରେ ଥିବା ପୋଖରୀ ଓ ମାଟି ଖୋଳାଯିବା ସମୟରେ ବହୁ ପ୍ରାଚୀନ କିର୍ତ୍ତି ବାହାରୁଥିବା ଜଣାଯାଏ। ମା ଏଠାରେ ଏକ ବୁଦାମୁଳେ ଥିବାବେଳେ ସ୍ୱପ୍ନାଦେଶ ହେବାପରେ ବଣବୁଦା ଗୁଡିକ ସଫାକରାଯାଇ ମାଙ୍କ ସେହ ବଟବୃକ୍ଷମୁଳେ ପଜା କରାଯାଉଛି ବୋଲି କହନ୍ତି ବର୍ଷୀୟାନ ବ୍ୟକ୍ତି ତଥା ମେଳାର ପ୍ରମୁଖ କର୍ମକର୍ତ୍ତା ବାସୁଦେବ ନାୟକ। ତାଙ୍କ ମତରେ ମାଙ୍କ ନିକଟରେ ଯେଉଁ ଭକ୍ତ ଯେଉଁ କାମ ପାଇଁ ମାନସିକ କରନ୍ତି ମା ତାକୁ ଅତିଶିଘ୍ର ପୁରଣ କରନ୍ତି ବୋଲି ଭକ୍ତମାନଙ୍କ ମନରେ ବିଶ୍ୱଷ ଥିବାରୁ ହଜାର ହଜାର ଭକ୍ତ ଏଠାକୁ ପୂଜାପାଇଁ ଆସିଥାନ୍ତି। ମାଙ୍କ ନିକଟରେ ଉଖୁଡା ଭୋଗ ଲାଗୁଥିବାବେଳେ ମକର ଠାରୁ ତିନିଦିନ ପର୍ଯ୍ୟନ୍ତ ହୋମଯଜ୍ଞ କରାଯାଇଥାଏ। ପ୍ରଶାସନ ପକ୍ଷରୁ ଏହି ମେଳା ପଡିଆକୁ ବାର୍ଷିକ ନିଲାମ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିଳେବି ଶ୍ରଦ୍ଧାଳୁ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇ ଆସୁଥିଲେବି ପ୍ରଶାସନ କୌଣସି ବ୍ୟବସ୍ଥା କରାଯାଉ ନାହିଁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top