ଭାଜପା ପଦାଧିକାରୀଙ୍କ ପ୍ରଶିକ୍ଷଣ ଶିବିର

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଭାଜପା ସୁନ୍ଦରଗଡ଼ ଜିଲ୍ଲା ଲୋକସଭା କ୍ଷେତ୍ର ଅନ୍ତର୍ଗତ ମଣ୍ଡଳ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଗତ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଅଭିତାଭ ଚକ୍ରବର୍ତ୍ତୀ ସମସ୍ତ ପଦାଧିକାରୀଙ୍କ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ନେଇ ମାର୍ଗଦର୍ଶନ କରିଥିଲେ। ଲୋକଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା ସମାଧାନ କରିବା ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସେମାନଙ୍କ ଠାରେ ପହଂଚାଇବାକୁ ସେ ଆହ୍ୱାନ ଦେଇଥିଲେ। ମଣ୍ଡଳସ୍ତରୀୟ ସମସ୍ତ ସଭାପତି ଓ ପ୍ରଭାରୀ ମାନଙ୍କ ସହଯୋଗରେ ବୁଥ ର୍ସ୍ତୀ କମିଟି ଯଥାଶୀଘ୍ର ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ ଶିବିରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧୀରେନ ସେନାପତି ଆଜୀବନ ସହଯୋଗ ନିଧି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ବଟ କିଶୋର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ପ୍ରଶିକ୍ଷଣ ଶିବିରରେ ବରିଷ୍ଠ ନେତା କିଶୁନ ପ୍ରସାଦ ସାହୁ, ସହଦେବ ଖାଖା, ରଘୁନାଥ ବଳ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପୁର୍ଣ୍ଣିମା କେରକେଟା, ରାଷ୍ଟ୍ରୀୟ ଅନୂସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ତନ୍ତୀ, ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା, ବଣାଇଁ ସାଙ୍ଗଠନିକ ଜିଲ୍ଲା ସଭାପତି ରାହାସ ବିହାରୀ ମହାନ୍ତ, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଗିରିଶ ଚନ୍ଦ୍ର ସାହୁ, ଶଙ୍କର ଓରାମ, ଭବାନୀ ଭୋଇ, ସୁରେନ୍ଦ୍ର ସ୍ୱର୍ଣ୍ଣକାର, ରାଇସନ ତିର୍କୀ, ଚାମା ମିଂଜ, ଜିଲ୍ଲା ପରିଷଦ ସଭ୍ୟ ସୁଖଲାଲ ମୁଣ୍ଡା, ଲତିକା ପଟ୍ଟନାୟକ, ସଂଯୁକ୍ତା ନାଏକ, ଆରତୀ ପଟେଲଙ୍କ ସମେତ ସମସ୍ତ ମଣ୍ଡଳର ପ୍ରଭାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *