ଭାଜପା ଦଳ ର ବିଭିନ୍ନ ଦାବିନେଇ ପୌରପରିଷଦ ଘେରାଓ, ଲଟକା ଜାରୀ

ମାଲକାନଗିରି, ୨୩।୪(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ଭାଜପା ଦଳପକ୍ଷରୁ ବିଭିନ୍ନ ଦାବି ଓ ପୌରପରିଷଦରେ ଦୁର୍ନିତୀକୁ ନେଇ ଜିଲ୍ଲା ସଭାପତି ଅଶୋକକୁମାର ପରିଡା ଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ଓ ନେତାମାନେ ପୌରପରିଷଦ ଘେରାଓ କରି ଲଟକା ଜାରୀ କରିଥିଲେ। ମାଲକାନଗିରି ପୌରାଚଂଳ ବାସୀଙ୍କ ସମସ୍ୟା ଓ ୮ଦଫା ଦାବିପୁରଣ ନେଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଏକ ସୋଭା ଯାତ୍ରାରେ ବାହାରି ସହରପରିକ୍ରମା କରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡିକ ମଧ୍ୟରେ ମୁଖ୍ୟତ ଭୂମୀହିନ, ଜବରଦଖଲକାରୀଙ୍କୁ ତୁରନ୍ତ ଜମିପଟା ଯୋଗାଇବା, ଗୃହହୀନଙ୍କୁ ଘର ଯୋଗାଇବା, ବିଶୁଦ୍ଧପାନୀୟଜଳ ଯୋଗାଇବା, ଡ୍ରେନ ସଫେଇକରିବା, ଅଘୋଷିତ ବିଦ୍ୟୁକାଟ ବନ୍ଦକରିବା, ପରିମଳ ଯୋଜନାରେ ହୋଇଥିବା ମହାଦୁର୍ନିତି କୁ ଭିଜିଲାନ୍ସ ତଦନ୍ତକରାଯାଉ, କଲୋନି ରାସ୍ତା ନିର୍ମାଣ ସହିତ ଅନ୍ୟାନ ଦାବିଗୁଡିକ ନେଇ ପୌରପରିଷଦ ନିର୍ବାହୀ ଅଧିକାରୀ ଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନକରିଥିଲେ। ଏହି ହକର ଲଢେଇ ଓ ଲଟକା ଜାରୀ କାର୍ଯକ୍ରମରେ ପୁର୍ବତନ ଉପବାଚସ୍ପତି ଭାଜପା ବରିଷ୍ଟନେତା ପ୍ରହଲ୍ଲାଦଦୋରା, ପୁର୍ବତନ ବିଧାୟକ ମୁକୁନ୍ଦ ସୋଡି, ଜଗଦିଶ ତ୍ରୀପାଠୀ, ସୁବାଷ ଚନ୍ଦ୍ର ପଡିଆମି, ବିଜୟ ମାଝୀ, ବାଲିଜୀ ପଡାଲ, ପ୍ରମିଳା ମଜମଦାର, ତାପତି ବିଶ୍ୱାସ, ମାନିକ ଚକ୍ରବର୍ତି, ସାବିତ୍ରୀ ପଡିଆମି, ସଂଜୟସରକାର, ନବଘନ ଲୁକେଇ, ରାଉଲ ଟାଆଉରୀ ପ୍ରମୁଖ ଭାଜପା ଦଳର ନେତା ଓ ଶତାଧିକ କର୍ମୀମାନେ ଯୋଗଦେଇ ଥିଲେ। ବିକ୍ଷୋଭ ଆଗରୁ ବସଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭାକରି ରାଜ୍ୟ ବିଜେଡି ସରକାରଙ୍କ ଅପାରଗତା ଶାସନ ଓ ମାଲକାନଗିରି ପୌରପରିଷଦର ଦୁର୍ନିତୀ ସଂପର୍କରେ କହିଥିଲେ। ଆସନ୍ତା ୧୫ଦନି ମଧ୍ୟରେ ୮ଟି ଦାବିପୁରଣ କରା ନ ଗଲେ ଜିଲ୍ଲାବ୍ୟାପି ଭାଜପା ଦଳ ପକ୍ଷରୁ ଜନଆନ୍ଦୋଳନ କରିବେ ବୋଲି ଜିଲ୍ଲାସଭାପତି ଅଶୋକକୁମାର ପରିଡା ସୂଚନାଦେଇଛନ୍ତି।

Leave a Reply

Your email address will not be published. Required fields are marked *