ଗଜପତି

ଭାଜପା କୃଷକ ମୋର୍ଚ୍ଚାର ଗଣଧାରଣା ଓ ବିକ୍ଷୋଭ

ପାରଳାଖେମୁଣ୍ଡି,୨୭ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଜିଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କୃଷକ ମୋର୍ଚ୍ଚା ଜିଲା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀ କୃଷକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଗଣଧାରଣାରେ ବସିଥିଲେ । ରାଜ୍ୟ ସରକାରଙ୍କ କୃଷକ ମାରଣ ନିତି ଉପରେ ବିଭିନ୍ନ ସ୍ଲୋଗାନ ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟତଃ ଜିଲାରେ ଜଳ ସେଚନ ସମସ୍ୟା ରହିଥିବା ଯୋଗୁଁ ଏହା ତୁରନ୍ତ ସମାଧାନ କରିବାପାଇଁ କୃଷକ ମୋର୍ଚ୍ଚା ପକ୍ଷରୁ ଦାବି ହୋଇଥିଲା । ସେହିପରି ଜିଲାର କୃଷକମାନେ ଆର୍ଥିକ ଅନାଟନ ଓ ଋଣଭାରରେ ରହିଥିବାରୁ ଏମାନଙ୍କୁ କୃଷିଋଣ ଛାଡ କରିବାପାଇଁ କୁହାଯାଇଥିଲା । ମହେନ୍ଦ୍ର ତନୟା ଓ ବଂଶଧରା ଏହି ୨ଟି ଚିରସ୍ରୋତା ନଦୀ ଜିଲାରେ ପ୍ରଭାହିତ ହେଉଥିଲେ ହେଁ ରାଜ୍ୟ ସରକାର ଏହାର ଜଳକୁ ଜଳସେଚନ କରିପାରୁନଥିବା ବେଳେ ପଡୋଶୀ ଆନ୍ଧ୍ର ସରକାର ଏହି ନଦୀକୁ ଉପଯୋଗ କରି ତାଙ୍କ ରାଜ୍ୟରେ ଜଳସେଚନ କରାଉଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ଭାଜପା ପକ୍ଷରୁ କୁହାଯାଇଥିଲା । ଜିଲାର ମକା ଚାଷିମାନେ ନିଜ ଉତ୍ପାଦନର ଉଚିତ ମୁଲ୍ୟ ପାଇପାରୁନଥିବାରୁ ବାହାର ରାଜ୍ୟକୁ ମକା ରପ୍ତାନୀ ବ୍ୟବସ୍ଥା କରିବା ସହ ଏହାକୁ ଫସଲ ବୀମା ଯୋଜନାରେ ସାମିଲ କରିବାକୁ ଦାବି ହୋଇଥିଲା । ସେହିପରି ଜିଲାର ସମସ୍ତ ଜଳାଶୟଗୁଡିକୁ ପୁନରୁଦ୍ଧାର କରିବାପାଇଁ ମଧ୍ୟ ଦାବି ଉପସ୍ଥାପନ କରାଯାଇଛି । କୃଷକମାନଙ୍କର ଏହି ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ଜି.ଭେଙ୍କଟ ରାମଣା, ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ପୁର୍ବତନ ନଗରପାଳ ତି୍ରପତି ନାୟକ, ଯୁବନେତା ବାବୁନା ବେହେରା, ବରିଷ୍ଠନେତା ସିଦେ୍ଧଶ୍ୱର ମିଶ୍ର ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କର୍ମୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top