ଗଜପତି

ଭାଜପାର ୩୮ତମ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି,୭ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ଭାଜପା କାର୍ଯ୍ୟାଳୟ ଠାରେ ଦଳର ୩୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦଳର ପ୍ରତିଷ୍ଠା ଦିବସରେ ଦଳର ସଭାପତି ଜି.ଭେଙ୍କଟା ରାମଣାଙ୍କ ନେତୃତ୍ୱରେ ପ୍ରଥମେ ଦିବଙ୍ଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ବନେ୍ଦ ମାତରଂ ପାଠ କରାଯାଇ ଥିଲା । ଜିଲା ସଭାପତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭାଜପା ଦଳର ବିଭିନ୍ନ ସଫଳତା ବିଷୟରେ କହିବା ସହ ଦଳର ନିତି ଆଦର୍ଶ ବିଷୟରେ ଫୁଙ୍ଖାନୁଫୁଙ୍ଖ ଭାବେ ଆଲୋଚନା କରିଥିଲେ । ବରିଷ୍ଠନେତା ତଥା ପୁର୍ବତନ ବିଧାୟକ ଭରତ ପାଇକ ଯୋଗଦେଇ ଦଳର ସଂଗଠନ କିପରି ଅଧିକ ମଜବୁତ ହୋଇପାରିବ ସେବିଷୟରେ ଆଲୋଚନା କରିବା ସହ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ କହିଥିଲେ । ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଦଳକୁ ସକ୍ରିୟ କରିବା ପାଇଁ କିପରି ରଣନିତି ଆବଶ୍ୟକ ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ସୁଶାସନ ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ବାବୁନା ବେହେରା, ମହିଳାନେତ୍ରୀ ମାମା ସାହୁ, ଜିଲା କୃଷକ ମର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ବରିଷ୍ଠ ନେତା ସିଦେ୍ଧଶ୍ୱର ମିଶ୍ର, ବାରିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top