ଜିଲ୍ଲା ପରିକ୍ରମା

ଭାଜପାର ଆକ୍ରମଣକୁ ଖଡିଆଳ ବିଜେଡିର ପ୍ରତିବାଦ ସଭା ଓ କୁଶ ପୁତ୍ତଳିକା ଦାହ

ଖଡିଆଳ/ନୂଆପଡା-୧୩.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆଙ୍କ ସରକାରୀ ବାସଭବନରେ ହୋଇଥିବା ଆକ୍ରମଣକୁ ଖଡିଆଳ ବିଜେଡି ତରଫରୁ ବିରୋଧ କରାଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି ଅବସରରେ ଶତାଧିକ ବିଜେଡି କର୍ମି ଏକତ୍ରିତ ହୋଇ ଖଡିଆଳ ସହରର ଥାନା ଛକରେ ବିଜେପି କର୍ମିଙ୍କ ଏପରି କାର୍ଯ୍ୟକଳାପକୁ ନିନ୍ଦା କରି କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ପ୍ରତିବାଦ ସଭା ଓ କୁଶ ପୁତ୍ତଳିକା ଦାହ ପର୍ଯ୍ୟବେକ୍ଷକ ଅଶ୍ୱିନୀ କୁମାର ସାହୁ ଏବଂ ଜିଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିଲା। ଏଥିରେ ମହମ୍ମଦ ସାହିଦ, ହେମନ୍ତ ମନହରେ, ସନ୍ତୋଷ ବିଶି, ଅଭିଶେକ ଜଗତ, ସରସ୍ୱତୀ ବାଗ, ୟାସିନ ମହମ୍ମଦ, ସଚିତ ଚଲାନ, ଦେବ ଦେବ ସିଂଦେଓ, ପ୍ରବୀଣ ସିଂଦେଓ, ଜଗମୋହନ ଭୋଇ, ଘାସିରାମ ଭୋଇ, ଚିତ୍ତରଞ୍ଜନ ବେହେରା, ଛବିଲାଲ ଦୀପ, ରାମ ରତନ ସାହୁ, ସୁବିର ସିଂଦେଓ, ବଡ ବାବୁ, ବିରେନ୍ଦ୍ର କୁମାର, ସୁଷମା ପ୍ରଧାନୀ, ଯଶୋବନ୍ତି ବଞ୍ଜାରେ, ଦୁର୍ଗେସ ବାରିକ, ମମତା ଥପା, ପ୍ରହଲ୍ଲାଦ ପୋଡ, ମହମ୍ମଦ ମସ୍କିମ, ନବ ଦାସ, ଭୂମିସୁତା ଦଳପତି, ସମସୁନ ନିଶା, ମଦନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top