ଭାଗୀରଥି ପାଠାଗାରର ନୂତନ ପରିଚାଳନା ସମିତି ଗଠନ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ଗରଦପର ଗ୍ରାମର ବହୁ ପୁରାତନ ଭାଗୀରଥି ପାଠାଗାରର ପରିଚାଲନା ସମିତିର ପୁର୍ନଗଠନ କରାଯାଇଅଛି। ପାଠାଗାରର ସଂପାଦକ, ସଭାପତି ଏବଂ କେତେକ ସଭ୍ୟ ଇସ୍ତଫା ପ୍ରଦାନ କରି ନୂତନ ପରିଚାଳନା ସମିତି ଗଠନ କରିବାକୁ ଅନୁରୋଧ କରିଥିବାରୁ ଗ୍ରାମ୍ୟ କମିଟିର ସଭାପତି ଦୀନବଂଧୁ ମିଶ୍ରଙ୍କ ସଭାପତିତ୍ୱରେ ପାଠାଗାରର ସମ୍ମିଳନୀ କକ୍ଷରେ ଗ୍ରାମସଭା ଅନୁଷ୍ଠିତ ହୋଇ ସର୍ବଶ୍ରୀ ନିତ୍ୟାନନ୍ଦ ଦାସ-ସଭାପତି, ଲକ୍ଷ୍ମଣ କୁମାର ମହାନ୍ତି-ଉପସଭାପତି, ପୂର୍ଣ୍ଣଚନ୍ଦ୍ର ବହଳୀ-ସଂପାଦକ, ନରେନ୍ଦ୍ର କୁମାର ବହଳୀ-ସହ ସଂପାଦକ, ପ୍ରଦ୍ୟୋତ୍ତନ ସୁଆର- କୋଷାଧ୍ୟକ୍ଷ, ଅଶୋକ କୁମାର ଦାସ-ପୁସ୍ତକ ରକ୍ଷକ, ଏବଂ ସର୍ବଶ୍ରୀ ରମେଶ ଚନ୍ଦ୍ର ମାଝୀ, ରାଜେନ୍ଦ୍ର ପ୍ରସାଦ ମାଝୀ, ନିହାର ରଞ୍ଜନ ସିଂ, ସଞ୍ଜିତ କୁମାର ଦାସ, ପଦ୍ମ ଲୋଚନ ଖିଲାର, ଅଶୋକ କୁମାର ମହାପାତ୍ର (କାଉନ ସିଲର୍ ) ସଭ୍ୟ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏତଦ୍ ବ୍ୟତିତ ମୀନ କେତନ ମିଶ୍ର-ସହ ପୁସ୍ତକ ରକ୍ଷକ, ହରିହର ମହାନ୍ତି-ସଂଯୋଜକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ଗ୍ରାମ୍ୟ ସମିତି ନିଷ୍ପତ୍ତି ଗ୍ରହଣ କରିଛି। ସର୍ବଶ୍ରୀ ଶୈଳେନ୍ଦ୍ର କୁମାର ମହାପାତ୍ର, ନାରାୟଣ ବହଳୀ, ଭଗବାନ ମିଶ୍ର, ପ୍ରଭାକର ସାହୁ, ସନ୍ତୋଷ କୁମାର ମହାପାତ୍ର, ନରେନ୍ଦ୍ର ମହାରାଜ, ନିତ୍ୟାନନ୍ଦ ମିଶ୍ର, ପ୍ରଭାତ କୁମାର ମହାନ୍ତି, ଶରତ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ରବିନାରାୟଣ ଯେନା, ଚକ୍ରଧର ମହାନ୍ତି, ହୃଷିକେଶ ମହାନ୍ତି, ଜଗବଂଧୁ ମିଶ୍ର, ସତ୍ୟେନ୍ଦ୍ର ପ୍ରସାଦ ମହାନ୍ତି ଆଦିଙ୍କୁ ନେଇ ଭାଗୀରଥି ପାଠାଗାରର ପରାମର୍ଶ ଦାତା ମଣ୍ଡଳୀ ଗଠନ କରାଗଲା ବୋଲି ମଧ୍ୟ ପ୍ରସ୍ତାବ ଗୃହିତ ହୋଇଛି। ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାଗୀରଥି ପାଠାଗାରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଦୃଷ୍ଟିଦେବାକୁ ଉପସ୍ଥିତ ସମସ୍ତ ସଭ୍ୟ ଓ ଗ୍ରାମବସୀ ସଂଙ୍କଳ୍ଫ କରିଥିଲେ। ଶେଷରେ ଶ୍ରୀ ସୁଧାଂଶୁ ଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ ସଭାର ପରିସମାପ୍ତି ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *