ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଯାପିତ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପଳମାଧବ ଠାରେ ଥିବା ଶ୍ରୀ ଶ୍ରୀ ଧର୍ମେଶ୍ୱର ପ୍ରଚାର ସମିତି ଆନୁକୂଲ୍ୟରେ ଚଳିତ ମାସ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଯାପିତ ହୋଇଯାଇଛି। ପରମପୂଜ୍ୟ ମହନ୍ତ ଶ୍ରୀ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବକ୍ତାରୂପେ ସଦଗୁରୁ ବାବା ଶ୍ରୀ ଶ୍ରୀ ବୈକୁଣ୍ଠ ନଥଙ୍କ ଶିଷ୍ୟ ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇଥିଲେ। ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେହ ପ୍ରାର୍ଥନା, ପ୍ରଭାତ କିର୍ତ୍ତନ, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ଭାଗବତ ପାରାୟଣ, ଘୃତଯଜ୍ଞ, ଆଳତୀ, ପ୍ରବଚନ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବନ୍ଧବାଟି, ପିପଳମାଧବ, ଅରିଲୋ, ସିତଳ, ଜଡ଼ତିରା, ଅରଡ଼ା, ତିର୍ତ୍ତୋଲ ପ୍ରଭୃତି ସ୍ଥାନୀୟ ଅଞ୍ଚଳର ଶହସ୍ରାଧିକ ଜନସାଧାରଣ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *