ଆମ ସଂସ୍କୃତି, କଳା ଓ ଐତିହ୍ୟ

ଭାଗବତ ଜନ୍ମରେ ମହାନଦୀର ଜଳ ରାଶିରେ ଚାପ ଖେଳିଲେ ରାଧାକୃଷ୍ଣ

ବୌଦ୍ଧ, ୨୬ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପବିତ୍ର ଭାଦ୍ରବ ପୁର୍ଣ୍ଣିମା ତିଥିରେ ବୌଦ୍ଧ ସହରରେ ଭାଗବତ ଜନ୍ମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଭାଗବତ ଜନ୍ମ ଅବସରରେ ବୌଦ୍ଧ ସହରର ବିଭିନ୍ନ ଭଗବତ ଟୁଙ୍ଗୀ ଗୁଡ଼ିକରୁ ଭଗବାନ ରାଧାକୃଷ୍ନଙ୍କ ସମସ୍ତ ନିତିକାନ୍ତି ପରେ ପ୍ରଭୁ ମାନଙ୍କୁ ସୁସଜ୍ଜିତ ବିମାନରେ ବସାଇ ନାମ ସଂକିର୍ତନ କରି ସହର ପରିକ୍ରମା ପରେ ସଂକିର୍ତନର ତାଳେ ତାଳେ ମହାନଦୀର ଜଳରାଶିରେ ଚାପ ଖେଳାଇ ଥାନ୍ତି। ଏହି ଚାପ ଖେଳରେ ବୌଦ୍ଧ ସହରର କେଉଟସାହି, ରାଜନପାଲି, ନୁଆସାହି, ପୋଡାପଡା, ଆଦି ସାହି ଗୁଡିକରୁ ପ୍ରଭୁ ରାଧାକୃଷ୍ନ ଙ୍କୁ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ପରେ ବୌଦ୍ଧ ସହରର ମହାନଦୀର ଚନ୍ଦ୍ରଚୁଡ ଘାଟ କୁ ନେଇ ସେଠାରେ ସଜ୍ଜିତ ହୋଇ ରହିଥିବା ଡଙ୍ଗାରେ ବସାଇ ମହାନଦୀର ହନୁମାନ ଘାଟ ପର୍ଯ୍ୟନ୍ତ ପାଣିରେ କେଳି କରନ୍ତି। ଚାପ ଖେଳ ପରେ ପୁର୍ନବାର ମହାପ୍ରଭୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହି ଅବସରରେ ଜିଲାର ପୁରପଲ୍ଳୀରେ ଭାଗବତ ଚର୍ଚ୍ଚା ହେବା ସହ ଗା୍ରମଗୁଡିକରେ ଥିବା ମଣ୍ଡପ ଗୁଡିକରେ ସ୍ୱତନ୍ତ୍ର ପୁଜା ଆୟୋଜିତ ହୋଇଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top