ଭାଉଜର ଗଳାକାଟି ଦିଅର ଫେରାର

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଉତରାଗଢିଆ ପାଟଣା ଗ୍ରାମର ସୁଦାମ ଜେନାଙ୍କ ପୁତ୍ର ରମେଶ ଜେନା ପୂର୍ବ ଶତୃତାକୁ କେନ୍ଦ୍ର କରି ତାଙ୍କ ଭାଉଜ ଉଷାରାଣୀ ଜେନା (୨୫)ଙ୍କୁ ବ୍ଳେଡ଼ରେ ଗଳାକାଟି ଫେରାର ହୋଇଯାଇଥିବା ପରି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ଘରେ ରୁଟି ତିଆରି କରୁଥିବା ବେଳେ ରମେଶ ଏକ ବାଇକରେ ଆସି ଭାଉଜଙ୍କୁ ତାଟି ପାଖକୁ ଡ଼ାକିଥିଲା । ସେ ପାଖକୁ ଯିବାରୁ ସମ୍ନାପଟୁ ତାଙ୍କ ବେକରେ ବ୍ଲେଡ଼ମାରି ତତକ୍ଷଣାତ ରମେଶ ଫେରାର ହୋଇଯାଇଥିଲା । ଗୁରୁତର ଉଷାରାଣୀଙ୍କୁ ଆଗରପଡ଼ା ଡ଼ାକ୍ତରଖାନାକୁ ଆଣି ଚିକିସôିତ କରାଇବା ପରେ ଏବେ ସେ ବାପଘର ·ରିଗାଁରେ ରହିଛନ୍ତି । ଉପରୋକ୍ତ ଘଟଣା ନେଇ ଉଷାରାଣୀ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜ୍ଜୁ କରାଯାଇଛି । ତେବେ ଏହି ଘଟଣାରେ ସଂପୃକ୍ତ ରମେଶ ଫେରାର ଥିବାବେଳେ କେଉଁ ପରିସ୍ଥିତିରେ ସେ ତାର ଭାଉଜଙ୍କୁ ବ୍ଲେଡ଼ ମାରିଲେ ତାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ତେବେ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ।
