ad
ଅପରାଧ

ଭାଇ ହେଲା ଭଗାରୀ: ସାନଭାଇକୁ ଗଛରେ ବାନ୍ଧି ନୃଶଂସ ଭାବେ ମାଡ଼ମାରି ହତ୍ୟାକଲା ବଡଭାଇ

ବାରିପଦା ୬-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଭାଇ ହେଲା ଭଗାରୀ। ସାନଭାଇକୁ ଗଛରେ ବାନ୍ଧି ନୃଶଂସ ଭାବେ ମାଡ଼ମାରି ହତ୍ୟାକଲା ବଡଭାଇ। ଆଉ ଏଥିରେ ସାହାଯ୍ୟ କରିଛି ବଡଭାଉଜ ଏବଂ ଅନ୍ୟ ଦୁଇଭାଇ। ତେବେ ଏଭଳି ନାରକୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଅଭାବନୀୟ ଘଟଣା ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ବୋଧିମୁହଁ ଗାଁରେ ଘଟି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏହି ଗ୍ରାମର ଜଗନ୍ନାଥ ସିଂ ଓ ବାସୁଦେବ ସିଂ ଉଭୟ ସମ୍ପର୍କରେ ବଡବାପା ପୁଅ ଏବଂ କକାପୁଅ ଭାଇଭାଇ। ତେବେ ଉଭୟ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ପୂର୍ବରୁ ଶତ୍ରୁତା ରହି ଆସିଛି। ଯାହାର ଅନ୍ତ ଅତି ନାରକୀୟ ଭାବେ ଘଟିଥିବା ଆଜି ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୦/୧୧ଟା ମଧ୍ୟରେ ବାସୁଦେବକୁ ବଡଭାଇ ଜଗନ୍ନାଥ ଓ ଭାଉଜ ରେବତୀ ଘର ନିକଟରେ ଥିବା ଏକ ଗଛରେ ବାନ୍ଧି ନିର୍ଦ୍ଦୟ ହୋଇ ନୃଶଂସ ଭାବେ ମାଡ଼ମାରି ଥିଲେ। ଏହି ନୃଶଂସ ନାରକୀୟ କାଣ୍ଡରେ ଜଗନ୍ନାଥଙ୍କ ଅନ୍ୟ ଦୁଇଭାଇ ଗୋକୁଳ ଓ ବିକ୍ରମ ସିଂ ସହଯୋଗ କରିଥିବା ଅଭିଯୋଗ ହେଉଛି। ଗଛରେ ବାନ୍ଧି ନୃଶଂସ ଭାବେ ନିସ୍ତୁକ ମାଡ ମାରିବା ସମୟରେ ମୃତକ ବାସୁଦେବର ସ୍ତ୍ରୀ ସସ୍ମିତା ସିଂ ଛାଡ଼ିଦେବା ପାଇଁ କାକୁତିମିନତୀ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଘଟଣା ପରେ ଆଜି ସକାଳୁ ବାସୁଦେବର ମୃତଦେହ ଜଗନ୍ନାଥ ଘର ନିକଟରୁ ଉଦ୍ଧାର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ରାସଗୋବିନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାସୁଦେବର ମୃତଦେହ ଜବତ କରିବା ସହ ପ୍ରାଥମିକ ତଦନ୍ତ କରି ଶବ ବ୍ୟବଛେଦ ପାଇଁ ପଦକ୍ଷେପ ନେଇଛି। ଅନ୍ୟପଟେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାରୁ ଅଧିକ ତଦନ୍ତଜାରି ରଖିଛି ବୋଲି ପୋଲିସ, ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସେହିପରି ଏବେ ମୃତ ବାସୁଦେବର ପରିବାର ଅସହାୟ ହୋଇପଡିଥିବା ବେଳେ ବିଧବା ପତ୍ନୀ ସସ୍ମିତା ଓ ଦୁଇ ନାବାଳକ ପିଲାଙ୍କ ମୁହଁରେ ଆହାର ଦେବ କିଏ ବୋଲି ପ୍ରଶ୍ନ ଉଠାଇ ଅପରାଧୀମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top