ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ମୃତ

ମୟୁରଭଞ୍ଜ ୧୨-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଆଜି ସକାଳୁ ନଦୀରେ ଗାଧୋଇବା ସମୟରେ ସାନ ଭାଇ ନଦୀରେ ବୁଡି ଯାଉଥିବା ବେଳେ ବଡ ଭଉଣୀ ବଞ୍ଚାଇବାକୁ ଯାଇ ମୃତ୍ୟୁ ବରଣ କରିଛି।

ସୂଚନା ଅନୁଯାଇ ଭାଇ, ଭଉଣୀ ଗାଧୋଇବାକୁ ଯାଇଥିଲେ ରାଇରଙ୍ଗପୁର ଅଂଚଳରେ ଥିବା ଖଡ଼ଖାଇ ନଦୀକୁ, ୧୦ ବର୍ଷର ଭାଇ ନେନୁ ଗୁଜରାତି ବୁଡି ଯିବାର ଦେଖି ତାକୁ ଉଦ୍ଧାର କରିବାକୁ ଯାଇଥିଲା ତା ବଡ଼ ଭଉଣୀ ହିନା ଗୁଜୁରାତି। ତେବେ ଦୁଇଜଣଙ୍କ ବୁଡିବା ଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ ଦମକଳ ବିଭାଗକୁ, ପରେ ଦମକଳ ବିଭାଗ ପହଁଚି ଉଦ୍ଧାର କରିଥିଲେ ଭଉଣୀ ହିନାକୁ। ପରେ ୩୦ ମିନିଟ ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଭାଇକୁ ପାଇଥିଲେ। ଭାଇ, ଭଉଣୀଙ୍କୁ ସଂଗେ ସଂଗେ ସ୍ଥାନୀୟ ହସ୍ପିଟାଲକୁ ପଠେଇଥିଲେ। ହେଲେ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଇର ଚିକିତ୍ସା ଜାରି ରହିଛି। ଏହି ଗୁଜୁରାତି ପରିବାର ରାଇରଙ୍ଗପୁର ଅଞ୍ଚଳର ଲିଙ୍କ ରୋଡ଼ ପାଖରେ ଭଡା ଘରେ ରହୁଥିଲେ।ଏହି ଖବର ପ୍ରଚରିତ ହେବ ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *