ଭଲିଭଲ ଟୂର୍ଣ୍ଣାମେଣ୍ଟ ଉଦ୍ୟାପିତ :ଚୂଡାମଣି ଟିମ୍ ଚମ୍ପିଆନ୍

ଭଦ୍ରକ, ୨୩ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକବ୍ଲକ ଅନ୍ତଗର୍ତ ସାବରଙ୍ଗ ଠାରେ ଏକଦିବସୀୟ ଭଲିଭଲ ଟୂର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି। ଏଭର ଗ୍ରୀନ୍ ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ଉଦ୍ଘାଟନ ଅବସରରେ ଉଦ୍ଘାଟକଭାବେ ଜିଲାପରିଷଦ ସଭ୍ୟା ସୁକାନ୍ତି ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସରପଞ୍ଚ ଗୋଲକ ବିହାରୀ ମହାପାତ୍ର, ସମିତିସବ୍ୟା ରଶ୍ମିତା ମଲିକ, ପୂର୍ବତନ ସମିତିସଭ୍ୟ ଦିନବନ୍ଧୁ ବାରିକ,  ସନ୍ତୋଷ ପୁହାଣ, ମାନଗୋବିନ୍ଦ ନାୟକ,  ସୁଶାନ୍ତ ମଲିକ, ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଦାସ,  ପ୍ରମୁଖ ଯୋଗ ଦେଇ କ୍ରିଡା ସଂପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଉଦ୍ୟାପନୀ ଅବସରରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ରାଜ ବିଭାଗର ଯ ୁଗ୍ମ ସଂପାଦକ ମହେଶ୍ୱର ପାଣିଗ୍ରାହୀ, ସରପଞ୍ଚ ରଂଜିତା ନାୟକ ମହାପାତ୍ର,  ପ୍ରାକ୍ତନ ସରପଞ୍ଚ ବିଭୂତି ସାମନ୍ତ, ପ୍ରଧାନଶିକ୍ଷକ ବାଦଲ ମହାପାତ୍ର, କମିଟିର ଅଧ୍ୟକ୍ଷ ବୈରାଗୀ ଚରଣ ସାମଲ ଯୁବ ନେତା ଟିକୁ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଫାଇନାଲ ମ୍ୟାଚରେ ନେହେରୁ ଷ୍ଟାଡିୟମ୍ -ଚୂଡାମଣି ଟିମ୍ କୁ ଭେଟିଥିଲା। ମୁଖ୍ୟଅତିଥି ଶ୍ରୀ ପାଣିଗ୍ରାହୀ ଚମ୍ପିୟାନ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ଉକ୍ତ ଟୁର୍ଣ୍ମାମେଣ୍ଟରେ ୪ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *