କେନ୍ଦ୍ରାପଡ଼ା

ଭରତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ

କେନ୍ଦ୍ରାପଡା ୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସଞ୍ଜୟ କୁମାର ମହାପାତ୍ର, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ରବିନ୍ଦ୍ର କୁମାର ବିଶ୍ୱାଳ, କେନ୍ଦ୍ରାପଡା ବ୍ଲକ ସମବାୟ ସମ୍ପ୍ରସାରଣ ଅଧିକାରୀ ନିରଞ୍ଜନ ସାମଲ ଓ ସମିତିର ସଭାପତି ବସନ୍ତ କୁମାର ରାଉତ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା, ସମିତି ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ରାଉତ, କ୍ଷିରୋଦ କୁମାର ଦାସ, କବି ପ୍ରସାଦ ମଲ୍ଲିକ, ପିତାମ୍ବର ସ୍ୱାଇଁ, ନଳିନୀ ମହାନ୍ତି, ଅକ୍ଷୟ କୁମାର ପତି, ଦୈତାରି ଜେନା, ଅକ୍ଷୟ କୁମାର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଧାନମଣ୍ଡିରେ ଆଜି ଏକଶହ ପଚାଷ କ୍ୱିଣ୍ଟାଲ ଧାନ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯାଇଥିବା ସମିତିର ସମ୍ପାଦକ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top