ଭରତପୁର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ତାଳଚେର, ୧୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ ଭରତପୁର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଏକ ପ୍ରାଥମିକ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉଷାରାଣୀ ନାୟକ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନନ୍ଦ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନାୟକ ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନ ଓ ଅଭିଭାବକ ମଧ୍ୟରେ ଏହା ସେତୁ ଭଳି କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ଚଳିତ ମାସ ୨୫ ତାରିଖ ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ମୋ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହେବା ସହ ସମ୍ପାଦନା କମିଟି ଗଠନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରକାଶିନୀ ସାହୁ, ଅମ୍ବିକା ବେହେରା, ସିମାଦ୍ରୀ ମିଶ୍ର, କ୍ରୀଡା ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକଙ୍କ ସହ ସ୍କୁଲର ପୁରାତନ ଛାତ୍ର ଦୀପେନ୍ ବେହେରା, ସମରେଶ ପରିଡା, ସୂର୍ଯ୍ୟକାନ୍ତ ସାହୁ, ବାବୁରାମ ମୁର୍ମୁ, ଅଙ୍କିତ ବେହେରା, ଅମିଷା ପଟେଲଙ୍କ ସହ ବହୁ ଅଭିଭାବକ, ଛାତ୍ରଛାତ୍ରୀ ତଥା ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍କୁଲର ଗଣିତ ଶିକ୍ଷକ ମିହିର କୁମାର ବିଶ୍ୱାଳ ପରିଚାଳନା କରିଥିବା ବେଳେ ଅମୀୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *