ଭବାନୀପାଟଣା ଠାରେ ନୁ୍ୟଷ୍ଟାର ପୋଏଟ୍ରି ଫେଷ୍ଟିଭାଲ ଅନୁଷ୍ଠିତ ।

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ନୁ୍ୟଷ୍ଟାର ସିନେପ୍ଲେକ୍ସ ଠାରେ ପୋଏଟ୍ରି ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଉପଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ କବି ସେନାପତି ପ୍ରଦୁ୍ୟମ୍ନ କେଶରୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସେହିପରି ପ୍ରଫେସର ଡଃ ସୌଭାଗ୍ୟ କୁମାର ମିଶ୍ର,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,କବି ମମତା ଦାଶ,ସୁକାନ୍ତ ସାହୁ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

ସାହିତ୍ୟରେ ଆଜି ଅନେକ ନୂତନତ୍ୱ ଆସିଛି,ସାମାଜିକ ଜୀବନର ଜୟଯାତ୍ରାରେ ସାମିଲ ହୋଇଛି ସାହିତ୍ୟ । ଅବଗୁଣନ ମୁକ୍ତ ସାହିତ୍ୟ ଆଜି ସାଧାରଣରୁ ସାଧାରଣ ମଣିଷର କଥା କହୁଛି । ସାହିତ୍ୟକୁ ନେଇ ଅନେକ ଭିନ୍ନ ମତ ଦେଖା ଦେଇପାରେ କିନ୍ତୁ ସାହିତ୍ୟରେ ପ୍ରଚଳିତ ମତବାଦ ନିଶ୍ଚିତ ଭାବରେ କ୍ଷଣସ୍ଥାୟୀ । ଓଡିଆ ସାହିତ୍ୟକୁ କଳାହାଣ୍ଡିର ଅବଦାନ ଅନେକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସାହିତ୍ୟକଥାର ସଂପାଦକ ସୁଶୀଳ ବାଗ ଓ ଅଧ୍ୟାପିକା ଗୀତାଶ୍ରୀ ପ୍ରୀୟମ୍ବଦାଙ୍କ ସଂଯୋଜନାରେ ଶତାଧିକ କବି ସ୍ୱ ସ୍ୱ କବିତା ପାଠ କରିଥିଲେ । ନୁ୍ୟଷ୍ଟାର ସିନେପ୍ଲେକ୍ସର ମାଲିକ ନୀରୋଜ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *