ଓଡ଼ିଶା

ଭବାନୀପାଟଣା ଜନସଭାରେ ରାଜ୍ୟସରକାରଙ୍କୁ କଟୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ରାଜ୍ୟ ସରକାର ନିଜର ଦୁର୍ନୀତି ଓ ଅପାରଗତାକୁ ଲୁଚାଇବାପାଇଁ କେନ୍ଦ୍ରୀୟ ଅବହେଳାର ବାହାନା କରୁଛନ୍ତି
ଭବାନୀପାଟଣା/ଭୁବନେଶ୍ୱର, ୦୪ ଅପ୍ରେଲ (ଓଡ଼ିଆ ପୁଅ) -ରାଜ୍ୟ ସରକାର ନିଜର ଦୁର୍ନୀତି ଓ ଅପାରଗତାକୁ ଲୁଚାଇବାପାଇଁ କେନ୍ଦ୍ରୀୟ ଅବହେଳାର ବାହାନା କରୁଛନ୍ତି ବୋଲି ଭବାନୀପାଟଣାରେ ବିଜେପି ତରଫରୁ ଆୟୋଜିତ ବିଶାଳ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସଭାରେ ଉଦବୋଧନ ଦେଇ କଳାହାଣ୍ଡିର ନର୍ଲା ଠାରେ ପ୍ରତିଷ୍ଠିତ ହେବାକୁ ଥିବା ରେଳ ଡବା ତିଆରି କାରଖାନା ମାମଲାରେ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବା ବଦଳରେ ଅଯଥା ବିଳମ୍ବ କାହିଁକି କହୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକଳ୍ପ ପାଇଁ ୮-୧୦ ମାସ ତଳୁ ୨୫୦ ଏକର ଜମିପାଇଁ ରାଜ୍ୟ ସରକାରଙ୍କ ଠାରେ ରେଳବିଭାଗ ପକ୍ଷରୁ ନିବେଦନ କରାଯାଇଛି। ଜମି ଯୋଗାଇ ନଦେଲେ ପ୍ରକଳ୍ପ କିପରି ଆଗେଇବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ରାଜ୍ୟ ସରକାର କଳାହାଣ୍ଡି ଜିଲାରେ ସର୍ଦ୍ଦାର ରାଜାସ ମେଡିକାଲ କଲେଜ ପାଇଁ ସରକାରୀ ଅର୍ଥ ଓ ଜମି ଯୋଗାଇ ଦେଇଥିଲେ ମଧ୍ୟ ଏହି ମେଡିକାଲ କଲେଜ କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ଦେଢବର୍ଷ ପୂର୍ବରୁ ବେଦାନ୍ତ ଦ୍ୱାରା ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣାର ଦେଢବର୍ଷ ପରେ ରାଜ୍ୟ ସରକାର ବୁଝାବଣା ପତ୍ର ସ୍ୱାକ୍ଷରର ଡ୍ରାମା କରି କଳାହାଣ୍ଡିବାସୀଙ୍କୁ ବୋକା ବନାଉଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ପଡୋଶୀ ଛତିଶଗଡ ଧାନର ସବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ ଦେଉଥିବା ବେଳେ ଓଡିଶାର ଚାଷୀମାନେ ଏହି ସୁବିଧାରୁ କାହିଁକି ବଂଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ୩୫ ଲକ୍ଷ ପରିବାରରେ ବିଜୁଳି ପହଁଚିବା ୧୮ ବର୍ଷ ନବୀନ ଶାସନରେ ସମ୍ଭବ ହୋଇନଥିବା ବେଳେ ସୌଭାଗ୍ୟ ଯୋଜନାରେ ସରକାରୀ ଅର୍ଥରେ ସବୁଘରେ ବିଜୁଳି ପହଁଚିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ ହେବାସହ ଶିଶୁଙ୍କର ଅପପୃଷ୍ଟି ଭଳି ସମସ୍ୟା ସମାଧାନ ନହେବା କାରଣରୁ ରାଜ୍ୟର ଭବିଷ୍ୟତକୁ ନେଇ ଚିନ୍ତ ବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top