ଜିଲ୍ଲା ପରିକ୍ରମା

ଭଦ୍ରାୟଣୀ ମହୋସôବ : ଷଷ୍ଟଦିନରେ ଭଦ୍ରକଜିଲ୍ଲା ଲୋକକଳା ଓ ଲୋକସଂଗୀତ ମହୋସôବ

ଭଦ୍ରକ,୨୦ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକଜିଲ୍ଳା ପ୍ରଶାସନ ପକ୍ଷରୁ ଭଦ୍ରାୟଣୀ ମହୋସôବର ଆଜି ଷଷ୍ଠଦିନରେ ଭଦ୍ରକଜିଲ୍ଲାଲୋକକଳା ଓ ଲୋକସଂଗୀତ ମହୋସôବ ଅନୁଷ୍ଠି ହୋଇଯାଇଅଛି । ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଭଦ୍ରକର କଳାକାରମାନଙ୍କର ଶୋଭାଯାତ୍ରାକୁ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ଜିଲ୍ଲାପାଳ ଜ୍ଞାନଦାସ ପତାକା ହଲାଇ ଉଦ୍ଘାଟନ କରିଥିଲେ । କଳାକାରମାନଙ୍କର ଏହି ଶୋଭାଯାତ୍ରା ନେହେରୁ ଷ୍ଟାଡ଼ିୟମ ଠାରେ ପହଞ୍ଚବା ପରେ ଭଦ୍ରକ ଜିଲ୍ଲା ଲୋକକଳା ଓ ଲୋକସଂଗୀତ ମହୋସôବ ୨୦୧୮କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା ।  ଏହି ଉସôବରେ ଢେଙ୍କାନାଳ ଜିଲ୍ଲା କଳାସଂସ୍କୃତି ସଂଘର ଉପସଭାପତି ଅବନି ମିଶ୍ର ସଂଯୋଜନାରେ ଅନୁଷ୍ଠିତ ଉସôବରେ ଭଦ୍ରକର ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଉଦ୍ଘାଟକଭାବେ ଯୋଗଦେଇଥିଲେ । ଭଦ୍ରକର ଜିଲ୍ଳାପାଳ ଜ୍ଞାନଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ରାଜ୍ୟସଂସ୍ୃତି ବିଭାଗର ରାଜ୍ୟ କଳାସଂସ୍କୃତି ସଂଯୋଜକ ବାସୁଦେବ ମାଲବିଶୋଇ ଯୋଗଦେଇଥିଲେ । ସମ୍ମାନ୍ନିତ ଅତିଥିଭାବେ ଉପଜିଲ୍ଲାପାଳ ନରୋତ୍ତମ ବେହେରା ଓ ସୂଚନା ଓ ଲୋକସଂର୍ପକ ଅଧିକାରୀ ଗୋଲଖଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଂଗୀତକାର ସ୍ୱବାଷଚନ୍ଦ୍ର ମଲ୍ଲିକଙ୍କ ନୃତୁ୍ୟସଂଗୀତ ପରିଷଦର କଳାକାରମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଭଦ୍ରକ ଜିଲ୍ଲାର ସାତଟି ବ୍ଲକର ୧୨ଟିଗ୍ରୁପ୍ର କଳାକାରମାନେ ବିଭିନ୍ନ ସାଂସ୍କୃତିକଦଳ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ବାରଟିିଗ୍ରୁପକଳାକାରମାଦେ କିର୍ତ୍ତନ, ପାଲା, ଦାଶକାଠିଆ, ଘୋଡାନାଚ, ଲଉଡିନୃତ୍ୟ ଏକତାରା  ଖଞ୍ଜଣୀ, ଭଜନ, ତେଲିଙ୍ଗି ବାଦ୍ୟ କଳାକାରମାନେ ପାରମ୍ପାରିକ କଳାପ୍ରର୍ଦଶନ କରିଥିଲେ । ଏଥିରେ ବିଚାରକ ଭାବେ ବରିଷ୍ଠ କଳାକାର ପ୍ରଫୁଲ୍ଲ ପଣ୍ଡା,ବଂଶୀଧର ପଣ୍ଡା, ଓ ଗାୟକ ନଟରାଜ ଚୈତନ୍ୟ ବିଶ୍ୱାଳ ଯୋଗ ଦେଇଥିଲେ ।  ଏହି ଲୋକକଳା ଓ ଲୋକସଂଗୀତ ମହୋସôବରେ ସମସ୍ତବ୍ଲକ୍ କଳା ସଂସ୍କୃଚତିକଳାମାରମାନେ ଅଂଶଗ୍ରହଣ କରିଥିଲେ ।  ଭଦ୍ରକ ଜିଲ୍ଲା  ଲୋକକଳା ସଂସ୍କୃତି ସଂଘର ଅଧକ୍ଷ ଜିଲ୍ଲାପାଳ ଜ୍ଞାନଦାସଙ୍କ ତତ୍ତ୍ୱାବଧାନରେ ଭଦ୍ରକ ଲୋକକଳା ଓ ଲୋକସଂଗୀତ ମହୋସôବ ପରିଚାଳିତ ହୋଇଥିଲା । ଜିଲ୍ଳା ସଂସ୍କୃତି ଅଧିକାରୀ ଗୋଲଖଚନ୍ଦ୍ର ବେହେରାଙ୍କ  ସଂଯୋଜନାରେ ୭ଟି ବ୍ଲକର ଲୋକକଳା ସଂସ୍କୃତି ସଂଘର ଉପସଭାପତି ମାନେ ସହଯୋଗ କରିଥିଲେ । ଭଦ୍ରକ ବ୍ଲକ ଲୋକକଳାସଂଘର ଉପସଭାପତି  ପ୍ରଶାନ୍ତ ବେହେରା, ଧାମନଗର ବ୍ଲକଲୋକକଳା ସଂଘର ଉପସଭାପତି ସୁବାଷଚନ୍ଦ୍ର ମଲ୍ଲିକ,ଚାନ୍ଦବାଲିର ଲୋକପଳା ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା,ଭଣ୍ଡାରୀପୋଖରୀ ବ୍ଲକର ରତିକାନ୍ତ ଜେନା, ବନ୍ତ ବ୍ଲକର ଲକ୍ଷ୍ମଣ ରାଉତ,ବାସୁଦେବପୁରର କମଳାକାନ୍ତ ନାୟକ,ତିହିଡି ବ୍ଲକର  ଗଣେଷ ଦାସ ପ୍ରମୁଖ କଳାକାରମାନେ ଉସôବକୁ କରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top