ଓଡ଼ିଶା

ଭଦ୍ରକ :୪ଦଫା ଦାବିନେଇ ଦଳିତ ମହାସଂଘର ଭାରତ ବନ୍ଦ ଆଂଶିକ ସଫଳ

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମ୍ବିଧାନର ସୁରକ୍ଷା, ଆଟ୍ରୋସିଟ୍ ଆଇନର ଦିଆଯାଇଥିବା ରାୟର ପୁନଃବିଚାର କରାଯାଉ, ସମ୍ବିଧାନର ଥିବା ଦଳିତ ଆଇନକୁ କଡ଼ାକଡ଼ି ଭାବେପାଳନ କରାଯାଉ, ନିର୍ଯାତିତ ଦଳିତ ଲୋକମାନଙ୍କୁ ଥଇଥାନ କରାଯିବା ସହ ସେମାନଙ୍କୁ ସାମ୍ବିଧାନିକ ସୁରକ୍ଷା ଯୋଗାଇ ଦିଆଯାଉ ଭଳି ୪ଦଫା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଂଘର ସଭାପତି ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ନେତୃତ୍ୱରେ ଶତାଧିକ ଦଳିତ କର୍ମକର୍ତ୍ତା ମାନେ ସକାଳ ୯ଟାରୁ ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହି ସମୟ ମଧ୍ୟରେ ସହରରେ ଉଭୟ ପାଶ୍ୱର୍ରେ ଶହ ଶହ ୪ଚକିଆ ଯାନ, ମଟର ସାଇକେଲ ଅଟକି ରହିବା ଯୋଗୁଁ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା। ପରେ ମହାସଂଘର କର୍ମକର୍ତ୍ତା ମାନେ ବନ୍ତଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ। ପରେ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମାଜସେବୀ ଜମ୍ବୁବତୀ ଦାସ, ଅଗଣୀ ଜେନା, ଜୟୀରାମ ମଲ୍ଲିକ, ଜୟଜଗନ୍ନାଥ ମଲ୍ଲିକ, ଶିବାନନ୍ଦ ଦାସ, ବସନ୍ତ ଦାସ ପ୍ରମୁଖ ତାଙ୍କ ବକ୍ତବ୍ୟରେ ମାନ୍ୟବର ସୁପ୍ରିମ କୋର୍ଟ ଦେଇଥିବା ରାୟର ପୁନଃବିଚାର କରାଯିବା ସହ ସମ୍ବିଧାନରେ ଥିବା ଦଳିତ ମାନଙ୍କ ନ୍ୟାର୍ଜ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବକ୍ତବ୍ୟ ଦେଇଥିଲେ। ଶ୍ରୀ ଜେନାଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ଦେବାଶିଷ ଦାସ, ବିକ୍ରମ ମଲ୍ଲିକ, ବୈକୁଣ୍ଠ ମଲ୍ଲିକ, ସୀତାରାମ ମଲ୍ଲିକ, ପ୍ରଦୀପ ମଲ୍ଲିକ, ଚନ୍ଦନ ମଲ୍ଲିକ, କନ୍ଦୁରୀ ବେହେରା, ପାର୍ଥସାରଥି ମଲ୍ଲିକ, ମନୋଜ ମଲ୍ଲିକ, ଭଣ୍ଡାରୀପୋଖରୀ ବ୍ଲକର ସଂଘ ନେତା ଉମାକାନ୍ତ ଜେନା, ରବିନ୍ଦ୍ର ଜେନା ଯୋଗଦେଇଥିବା ବେଳେ ପରେ ଏକ ୧୦ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ଦାବିପତ୍ର ପ୍ରେରଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top