ଭଦ୍ରକ : ୩ ସରପଞ୍ଚଙ୍କ ଜିଲାପାଳଙ୍କ ନିକଟରେ ଅଭିଯୋଗ ପଞ୍ଚାୟତ ଉନ୍ନୟନମୂଳକ କାର୍ଯ୍ୟରେ ରାଜନୈତିକ ଆକ୍ରୋଶ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକରେ ଜିତିଥିବା ବିଜେପି ସମର୍ଥୀତ ସରପଞ୍ଚଙ୍କୁ ରାଜନୈତିକ ଆକ୍ରୋଶ ରଖି ସେମାନଙ୍କ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ କରିବାର ସୁଯୋଗ ଦିଆଯାଉନାହିଁ। ଏ ସଂପର୍କରେ ତିହିଡି ବ୍ଲକର ମହରମପୁର, ଫତେପୁର ଓ ସଦର ଭାଟପଡା ପଞ୍ଚାୟତର ୩ ମହିଳା ସରପଞ୍ଚ ଜିଲାପାଳଙ୍କ ନିକଟରେ ପୃଥକ ପୃଥକ ଅଭିଯୋଗ କରିବା ଆଲୋଚନାର ବିଷୟ ହୋଇଛି। ପୂର୍ବରୁ ଏ ସଂପର୍କରେ ବ୍ଲକ ବିଜେପି କର୍ମକର୍ତ୍ତା ବିଡିଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ନ ହେବାରୁ ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ମହରମପୁର ପଞ୍ଚାୟତରେ ଗତ ଜୁଲାଇ ୨୫ରେ ପଲ୍ଲିସଭା କରାଯାଇ ଏସଏଫସି ଓ ସିଏଫସି କାର୍ଯ୍ୟ ୧ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯାଇଥିଲା। କିନ୍ତୁ ଜେଇ, ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟ ତଦାରଖ କରିସାରିଥିଲେ ବି ଅଦ୍ୟାବଧି ବିଲ କରାଯାଉନାହିଁ। ରାଜନୈତିକ ଆକ୍ରୋଶ ରଖି ସେମାନେ ଜାଣିଶୁଣି ହଇରାଣ କରୁଥିବା ବେଳେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରାଇଭେଟ ଜାଗାରେ କରାଯାଇଥିବା କମ୍ୟୁନିଟି ସେଣ୍ଟର ବିରୋଧରେ ସେ ଅଭିଯୋଗ କରିଥିବା ବେଳେ ଜେଇ କିନ୍ତୁ ସେମାନଙ୍କର ବିଲ କରିଦେଇଛନ୍ତି। ଏହି ପ୍ରକାର ବୈମାତୃକ କାର୍ଯ୍ୟର ତଦନ୍ତ କରି ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେ ଅନଶନରେ ବସିବେ ବୋଲି ସରପଞ୍ଚ ଅଲିଲପ୍ରଭା ରାଉଳ ଜିଲାପାଳଙ୍କୁ କହିଛନ୍ତି। ଫତେପୁର ସରପଞ୍ଚ ଝରଣା ଜେନା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ଜିଓଟେକିଂ କର୍ମଚାରୀଙ୍କ ଅସହଯୋଗ କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୧୫ ଜଣ ହିତାଧିକାରୀ ସେମାନଙ୍କର ପ୍ରାପ୍ୟ ନ୍ୟାଯ୍ୟ ସମୟ ମଧ୍ୟରେ ପାଇପାରିନାହାନ୍ତି। ଜିଓ ଟେକିଂ କର୍ମଚାରୀଙ୍କୁ ସେ ଆଜି ପର୍ଯ୍ୟନ୍ତ ଚିହ୍ନିନାହାନ୍ତି ବୋଲି ଜିଲାପାଳଙ୍କ ନିକଟରେ କହିଥିଲେ। ଅନ୍ୟ ପଞ୍ଚାୟତର ଜିଓ ଟେକିଂ କର୍ମଚାରୀଙ୍କୁ ତାଙ୍କ ପଞ୍ଚାୟତରେ ନିଯୁକ୍ତ କରିବାକୁ ସେ ଦାବି କରିଥିଲେ। ସେହିପରି ତିହିଡି ବ୍ଲକର ସଦର ତଥା ଗୁରୁତ୍ୱପୂଣ୍ଣ ର୍ ପଞ୍ଚାୟତର ସରପଞ୍ଚ ସ୍ୱଣ୍ଣ ର୍ମୟୀ ଜେନା ଜିଲାପାଳଙ୍କୁ ସାକ୍ଷାତ କରି ତାଙ୍କ ପଞ୍ଚାୟତରେ ଜେଇ ଓ ଭିଏଲଡବ୍ଲ୍ୟୁ ରାଜନୈତିକ କର୍ମୀଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ୨୦୧୬-୧୭ରେ ବାକିଥିବା କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବାରେ ସେମାନେ ସହଯୋଗ କରୁନାହାନ୍ତି। ମିର୍ଜାପୁର ୨ ନମ୍ବର ୱାର୍ଡର ଅଙ୍ଗନୱାଡି କାର୍ଯ୍ୟ ଗତ ଜୁନ ୨୦୧୭ରେ ପୂର୍ଣ୍ଣାଙ୍ଗ ହୋଇଥିଲେ ହେଁ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ବିଲ୍ କରାଯାଉନାହିଁ। ଏହି ପରିପ୍ରେକ୍ଷୀରେ ଉଭୟ କନିଷ୍ଠ ଯନ୍ତ୍ରୀ ଓ ଭିଏଲଡବ୍ଲ୍ୟୁଙ୍କୁ ପଞ୍ଚାୟତରୁ ନିବୃତ କରି ନୂତନ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *