ଭଦ୍ରକ : ୧୧ଟାରେ ବଉଳପାଳ ବିଦ୍ୟାଳୟ ଛୁଟି କରିଦିଆଯିବା ଘଟଣା ୩ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ ନିର୍ଦେଶ

ଭଦ୍ରକ,୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର ଦେଢ କିଲୋମିଟର ଦୂରତାରେ ଅବସ୍ଥିତ ବଉଳପାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଚଳିତ ମାସ ୨ ତାରିଖ ସାଢେ ୧୧ଟାରେ ବିଦ୍ୟାଳୟରେ ତାଲା ପକାଇ ଚାଲିଯିବା ଘଟଣାରେ ବ୍ଲକ ଶିକ୍ଷାଧିକାରୀ ଏହି ବିଦ୍ୟାଳୟର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୋଟିଏ ଦିନର ଦରମା ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଅନ୍ୟ ଆଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ । ଏ ସଂପର୍କରେ ଜିଲାପାଳ, ଜିଲା ଶିକ୍ଷାଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଜଣାଇ ଦିଆଯାଇଛି । ଯେଉଁମାନଙ୍କର ଦରମା ବନ୍ଦ କରାଯାଇଛି ସେମାନେ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସିଂ, ସହକାରୀ ଶିକ୍ଷୟିତ୍ରୀ ଅନ୍ନପୂଣ୍ଣ ର୍ା ମହାନ୍ତି ଓ ବିଦ୍ୟାପତି ସାହୁ । ସୂଚନାଯୋଗ୍ୟ, ୧୦ ଦିନ ଛୁଟି ରହିବା ପରେ ତିହିଡି ବ୍ଲକ୍ରେ ସମସ୍ତ ବିଦ୍ୟାଳୟ ୨ ତାରିଖରେ ଖୋଲିଥିଲା । ତେବେ ସେହିଦିନ ବଉଳପାଳ ବିଦ୍ୟାଳୟକୁ ସାଢେ ୧୧ଟାରେ ବନ୍ଦ କରିଦିଆଯାଇଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିବା ପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଦନ୍ତରେ ଯାଇ ଫେରିବା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସିଂ, ସହକାରୀ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର ଓ ଶିକ୍ଷକ  ବିଦ୍ୟାପତି ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ବିଦ୍ୟାଳୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲିବାର ନିୟମ ଥିବା ବେଳେ ସେମାନେ କାହିଁକି ସାଢେ ୧୧ଟାରେ ବନ୍ଦ କରି ଚାଲିଗଲେ ଓ କାହିଁକି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ରହିଲା ତାହାର ସନ୍ତୋଷ ଜନକ ଉତ୍ତର ୭ ଦିନ ମଧ୍ୟରେ ଦେବାକୁ କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ କରାଯାଇଥିଲା ।

Leave a Reply

Your email address will not be published. Required fields are marked *