ଜିଲ୍ଲା ପରିକ୍ରମା

ଭଦ୍ରକ : ହିତାଧିକାରୀଙ୍କୁ ମିଳୁଛି ପୋକରା ଓ ଗୋଡି ମିଶା ଚାଉଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ ଢାଳିଲେ ଖାଉଟି

ଭଦ୍ରକ, ୧୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଓ ନିମ୍ନଶ୍ରେଣୀରେ ବସବାସ କରୁଥିବା ପରିବାର ଯେପରି ଭୋକ ଉପାସରେ ଦିନ ନ କାଟିବେ ସେଥିପାଇଁ ପିଡିଏସ ଯୋଜନାରେ ୧ଟଙ୍କା ଦରରେ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଖାଉଟିଙ୍କୁ ଉଚିତ ସାମଗ୍ରୀ ମିଳୁ ନ ଥିବା ବେଳେ ନିମ୍ନମାନର ସାମଗ୍ରୀ ଦେଇ ଠକୁଛନ୍ତି ଡିଲର । ଏପରି ଅଭିଯୋଗ ହୋଇଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନାନ୍ଦପୁର ପଞ୍ଚାୟତରେ । ଏହି ପଞ୍ଚାୟତରେ ଖାଉଟିଙ୍କୁ ଦୀର୍ଘମାସ ହେବ ମିଳୁଛି ପୋକରା, ଖୁଦ ଓ ଗୋଡି ମିଶା ଚାଉଳ । ଏହାକୁ ନେଇ ଖାଉଟି ଡିଲରଙ୍କ ଠାରୁ ଏମଆଇଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରୁଥିଲେ  ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଭୂଇଁପୁର ଗାଁର ଯଶୋବନ୍ତ ବିଶ୍ୱାଳଙ୍କ ସହ କୋଇଲିଖା ଗାଁର ମହେନ୍ଦ୍ର ଓଝା, ଅକ୍ଷୟ ବିଶ୍ୱାଳ, ହରେକୃଷ୍ଣ ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି । ଚଳିତମାସରେ ପୂର୍ବପରି ନିମ୍ନମାନର ଚାଉଳ ବଣ୍ଟନ କରାଯିବାରୁ ଶତାଧିକ ଖାଉଟି ଉକ୍ତ ପୋକରା ଓ ଗୋଡି ମିଶା ଚାଉଳକୁ ଆଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଢାଳିବା ସହ ହୋ ହାଲା କରିଥିଲେ । ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହି ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା । ଅନ୍ୟପଟେ ନାନ୍ଦପୁର ପଞ୍ଚାୟତ ସମେତ ଆରଡି ପଞ୍ଚାୟତରେ ନିମ୍ନମାନର ପିଡିଏସ ସାମଗ୍ରୀ ବଣ୍ଟନ କରାଯିବା ସହ ଅନେକ ସମୟରେ ପିଡିଏସ ସାମଗ୍ରୀ ଖୋଲାଖାଲି ଭାବେ କଳାବଜାରୀ  କରାଯାଉଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି । ଏପରି ସମସ୍ୟା ବାବଦରେ ବ୍ଲକ ଖାଉଟି ଅଧିକାରୀ(ଏମଆଇ)ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି; ଯଦି ନିମ୍ନମାନର ସାମଗ୍ରୀ ଥାଏ ତାହାଲେ ତାହାକୁ ଖାଉଟିଙ୍କୁ ନ ଦେବା ପାଇଁ ଡିଲରଙ୍କୁ କଡା ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ଅନ୍ୟପଟେ ଖାଉଟି ସାମଗ୍ରୀ ବଣ୍ଟନ କରୁଥିବା ଜଣେ ଡିଲରଙ୍କୁ ପଚାରିବାରୁ ଆମକୁ ପିଡିଏସ ସାମଗ୍ରୀ ଯାହା ମିଳିଛି କାର୍ଡଧାରୀଙ୍କୁ ବଣ୍ଟନ କରୁଛୁ ବୋଲି କହିଛନ୍ତି । ଏପରି ସମସ୍ୟାକୁ ନେଇ ଖାଉଟିଧିକାରୀ ଓ ଡିଲରଙ୍କ କଥାରେ ତାଳମେଳ ରହୁନଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top