ଜିଲ୍ଲା ପରିକ୍ରମା

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନ ଏବଂ ଇତିହାସ ଅନର୍ସ ସିଟ୍ ହ୍ରାସକୁ ଅଲ ଇଣ୍ଡିଆ ଡି.ଏସ୍.ଓ ର ବିରୋଧ

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଅଲଇଣ୍ଡିଆ ଡି.ଏସ୍.ଓ ଭଦ୍ରକ ସିଟି କମିଟି ପକ୍ଷରୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ମାରକପତ୍ର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ସୁନାମଧନ୍ୟ କଲେଜ ହୋଇଥିଲେ ମଧ୍ୟ ଆଜି ବିଭିନ୍ନ ସମସ୍ୟା ଘେରରେ ରହିଛି। ଯେଉଁ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାଇବା ପାଇଁ ବହୁ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼େ ସେଠାରେ ଅର୍ଥଶାସ୍ତ୍ର, ଇତିହାସ ଏବଂ ରାଜନୀତି ବିଜ୍ଞାନ ଅନର୍ସର ସିଟ୍କୁ ହ୍ରାସ କରାଯାଇଛି। ସି.ବି.ସି.ଏସ୍. ବ୍ୟବସ୍ଥାରେ ନିୟମ ଅଛି ବର୍ତ୍ତମାନ କଲେଜରେ ଯେତେ ଅଧ୍ୟାପକ ଅଚନ୍ତି ସେହି ଅନୁସାରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟାକୁ କମେଇବାକୁ ପଡ଼ିବ ଏବଂ କଲେଜ କର୍ତ୍ତୁପକ୍ଷ ସେ ନୀତିକୁ ଅନୁସରଣ କରି ଅତି ଗଣତାନ୍ତ୍ରୀକ ଭାବରେ ଅନର୍ସ ସିଟ୍କୁ ହ୍ରାସ କରିଛନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ପାଇଁ ଘୋର ଷଡ଼ଯନ୍ତ୍ର କରିଛନ୍ତି। କଲେଜରେ ବିଭିନ୍ନ ବିଭାଗରେ ସ୍ଥାୟୀ ଅଧ୍ୟାପକ ଘର ଅଭାବରେ ପାଠ ପଢ଼ା ଠିକ ଭାବରେ ହୋଇପାରୁ ନାହିଁ। ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ କୋର୍ସ ଫି ଦେଇପାରୁ ନାହାଁନ୍ତି। କିନ୍ତୁ କୋର୍ସଗୁଡ଼ିକୁ ସେଲ୍ଫ ଫାଇନାନ୍ସିଙ୍ଗ କୋର୍ସରେ ପରିଣତ କରାଯାଉଅଛି। ଅର୍ଥାତ ଯାହାର ଅର୍ଥ ଛି ସେ ଶିକ୍ଷା ପାଇବ ଏବଂ ଯାହାର ଅର୍ଥ ନାହିଁ ସେ ଶିକ୍ଷାର ବଞ୍ଚିତ ହେବ। ଏହା ସହିତ ପିଜି ଫର୍ମର ଫି ୭୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଅଛି। ଏଠାରେ ସମସ୍ତ ବିଭାଗରେ ଏମ.ଫିଲ୍ କୋର୍ସ ବ୍ୟବସ୍ଥା ନାହିଁ। ଏହି ଦାବି ନେଇ ଅଲଇଣ୍ଡିଆ ଡ.ଏସ୍.ଓ ଭଦ୍ରକ ସିଟି କମିଟିର ଉପସଭାପତି ଜିତେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଧ୍ୟକ୍ଷଙ୍କୁ ଭେଟିଥିଲେ। ମଣ୍ଟୁ ଚନ୍ଦ୍ର ମଲ୍ଲିକ, ଚକ୍ରଧର ନାୟକ ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top