ଭଦ୍ରକ : ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉସôବ

ଭଦ୍ରକ, ୨୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଆରଡିଧାମରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଚଳିତବର୍ଷ ବାର୍ଷିକ ଉସôବ ପାଳିତ ହୋଇଯାଇଅଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବାଜି ଚରଣ ପଣ୍ଡା, ଏଲ.ଏଣ୍ଡଟିର ବରିଷ୍ଠ ଅଧିକାରୀ ତଥା ସମାଜସେବୀ କାର୍ତ୍ତିକ କୁମାର ବିଶ୍ୱାଳ, ଅଧ୍ୟାପକ ନିକୁଞ କିଶୋର ଜେନା, ବିଜୟ କୁମାର ଦାଶ, ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଢୀ, ସ୍ୱାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଆଶିଷ କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଉସôବରେ ଶିକ୍ଷାକେନ୍ଦ୍ରର ସ୍ଥାୟୀ ସଭାପତି ତ୍ରିଲୋଚନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଭିଭାବକ ସଚେତନତା ରହିଲେ ପ୍ରାଥମିକ ଶିକ୍ଷାରୁ ଆରମ୍ଭ ହେବ ଭବିଷ୍ୟତ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପରାମର୍ଶ ଦେଇଥିଲେ । ପରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାବାଜି ଚରଣ ପଣ୍ଡା , ରାଜ୍ୟର ସ୍ୱନାମଧନ୍ୟ ମେଜିସିଆନ ଚନ୍ଦନ ଦାଶ ଓ ସମଜସେବୀ ପ୍ରଶାନ୍ତ ପଣ୍ଡାଙ୍କୁ ପାଟବସ୍ତ୍ର ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସେହିପରି ଓଡିଆ  ଧାରାବାହିକ ଜଗତର ସ୍ୱନାମଧନ୍ୟ କଳାକାର ମିଲି ଓ ଭରତଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମ୍ୟାଜିସିଆନ ଚନ୍ଦନ ଦାଶଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କୌଶଳ ଖେଳ ପଦର୍ଶନ କରାଯାଇଥିଲା । ପରେ ଶିକ୍ଷାକେନ୍ଦ୍ରର କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଶହଶହ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା । ଏହି ଉସôବରେ ଟ୍ରଷ୍ଟର ବରିଷ୍ଠ ସଭ୍ୟ ପ୍ରଶାନ୍ତ ପାଢୀ, ସଂଜୟ କୁମାର ଦାଶଙ୍କ ସହ ଶିକ୍ଷାକେନ୍ଦ୍ରର ଆଚାର୍ଯ୍ୟ ପୂଣ୍ଣ ର୍ଚନ୍ଦ୍ର ଦାସ, ଉମାକାନ୍ତ ମଲିକ, ଆଚାର୍ଯ୍ୟା ସରୋଜିନୀ ବିଶ୍ୱାଳ, ଦେବସ୍ମିତା ପାଢୀ, ସୁନିତା ବାରିକ, ମାମିନା ସୁତାର ଅନ୍ୟମାନଙ୍କ ମଧ୍ୟରେ ଗୋପବନ୍ଧୁ ପଣ୍ଡା, ଅରଜିତ ତ୍ରିପାଠୀ, ବାବା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *