ଜିଲ୍ଲା ପରିକ୍ରମା

ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ସ୍ୱାସ୍ଥ୍ୟ ସେବା ଶିବିର

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : :ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭାରପ୍ରାପ୍ତ ଜିଲ୍ଳା ଦୌରା ଜଜ୍ ତଥା ଜିଲ୍ଳା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅନୁପ୍ କୁମାର ଚନ୍ଦନଙ୍କ ପୌରହିତରେ ଏକ କ୍ଷମତା ସମ୍ପନ୍ନ ପରିଦର୍ଶକ ମଣ୍ଡଳୀ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ବନ୍ଦୀ ଥିବା କେବଳ ମହିଳା ଓ ଶିଶୁ ମାନଙ୍କ ନିମନ୍ତେ ଖାଦ୍ୟ, ବସ୍ତ୍ର, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ଓ ଅସୁବିଧା ପଚାରି ବୁଝିବା ସଙ୍ଗେ ସଙ୍ଗେ ସେମାନଙ୍କ ଆଇନଗତ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରେଇବା ସହ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର, କନିଷ୍ଠ ଦେୱାନି ବିଚାରପତି ଶୁଭଗୌତମ ମିଶ୍ର, ଶିଶୁ ଡାକ୍ତର ନୀଳକଣ୍ଠ ଦେ, ମହିଳା ପ୍ରସୂତୀ ଡାକ୍ତର ମିନତୀ ଲତା ଦାସ, ମନସ୍ତତ୍ତ୍ୱ ପରାମର୍ଶ ଦାତ୍ରୀ ଲୋନିଲିଓନା ବେହେରା, ଶିକ୍ଷୟିତ୍ରୀ ନିରୂପମା ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସୁରକ୍ଷା ଅଧିକାରୀ ବିଶ୍ୱନାରାୟଣ ପଣ୍ଡା, ଜେଲ୍ର ଉପଖଣ୍ଡ ସ୍ତରୀୟ ପ୍ରୋବେଶନ ଅଧିକାରୀ ସୁଶାନ୍ତ କୁମାର ବେହେରା, ପ୍ୟାନେଲ୍ ଓକିଲ ଗଙ୍ଗୋୟିତ୍ରୀ ମହାନ୍ତି ଓ ସସ୍ମିତା ସାହୁ, ପ୍ରଗତି ଯୁବକ ସଂଘ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ବିସ୍ମିତା ଜେନା, ସ୍ୱତନ୍ତ୍ର ଉପକାରାଗାରର ନିଯୁକ୍ତି ପ୍ରାପ୍ତ ଡାକ୍ତର ଗୋକୁଳାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ମହିଳା ଅନ୍ତେବାସୀ ଓ ସେମାନଙ୍କ ଶିଶୁର ଯତ୍ନ ଓ ସେବା ଏବଂ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସଙ୍ଗେ ଦଙ୍ଗେ ଏହାର ନିରାକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଇଥିଲେ। ପରିଦର୍ଶନ ସମୟରେ କାରାଗାରର ଉପଜେଲର ପ୍ରକାଶ ରଣା, ଆଇନସେବା ପ୍ରାଧିକରଣର କର୍ମୀ ରବିଚନ୍ଦ୍ର ପାଢ଼ୀ ଓ ବିଶ୍ୱରଞ୍ଜନ ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top