ଭଦ୍ରକ ସ୍ୱଚ୍ଛ ଭାରତ ମିଶନରେ ମହାଦୁର୍ନୀତି ଦ୍ୱିତୀୟ ଥର ଲାଗି ଭିଜିଲାନ୍ସ ଚଢାଉ

ଭଦ୍ରକ,୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତ ୧୭ ତାରିଖରେ ଖବରକାଗଜରେ ଭଦ୍ରକ ସ୍ୱଚ୍ଛ ଭାରତ ମିଶନରେ ମହାଦୁର୍ନୀତି, ଭିଜିଲାନ୍ସ ତଦନ୍ତ କେବେ ପ୍ରକାଶ ପାଇବା ପରେ ଭଦ୍ରକ ଭିଜିଲାନ୍ସ ୟୁନିଟ ପକ୍ଷରୁ ଉକ୍ତ ଅଫିସ୍ରେ ୨ୟ ଥର ଲାଗି ଖୋଳତାଡ ଆରମ୍ଭ ହୋଇଛି । ପ୍ରାୟ ୪ ଘଣ୍ଟା କାଳ ଭଦ୍ରକ ଭିଜିଲାନ୍ସ ୟୁନିଟ୍ ଡିଏସ୍ପି ଶରତ ମହାପାତ୍ର ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଫିସ୍କୁ ଯାଇ କାଗଜପତ୍ରକୁ ଯାଞ୍ଚ କରିଥିବାବେଳେ ଆରଡବ୍ଲୁ୍ୟ ଏସ୍ର ନିର୍ବାହୀ ଯନ୍ତ୍ରୀ ତଥା ଡିଏଡବ୍ଲୁ୍ୟଏମ୍ ସଭ୍ୟ ଅନ୍ତର୍ଯ୍ୟାମୀ ନାୟକଙ୍କ ଦପ୍ତରରେ  ଛାନ୍ଭିନ୍ କରିଥିଲେ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ବହୁ ଆବଶ୍ୟକ କାଗଜପତ୍ରକୁ ବିଭାଗ ପକ୍ଷରୁ ପଠାଯାଇଥିଲା । ତେବେ ଜିଲା ସଂଯୋଜକ ପରିମଳ ଓ ସ୍ୱଚ୍ଛତା ବ୍ରଜେଶ ସେନାପତି ଦିନତମାମ ଅନ୍ତର୍ଧାନ ରହିଥିଲେ । ତାଙ୍କ ୩ଟି ମୋବାଇଲ୍ ଫୋନ୍ ୮୨୮୦୪୦୮୦୮୮, ୯୪୩୭୧୦୨୪୪୭୨ ଓ ୯୯୩୭୧୨୫୭୮୭ ବନ୍ଦ ରହିଥିଲା । ଏହି ଖବର ପ୍ରକାଶ ପାଇବା ପରେ ଜିଲାପାଳ ଜ୍ଞାନ ଦାସ ଏହାର ବିଭାଗୀୟ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ଦୁର୍ନୀତି ଫାନ୍ଦରୁ ବଂଚିବା ଲାଗି ବେଆଇନ୍ ଭାବେ ପୁନଃ ନିଯୁକ୍ତି ପାଇଥିବା ଚାନ୍ଦବାଲି ବ୍ଲକ୍ର ୨ ଜଣ କୋ-ଅଡିନେଟରଙ୍କୁ ଚଳିତମାସ ପ୍ରଥମ ସପ୍ତାହରେ ଛଟେଇ ନିର୍ବାହୀଯନ୍ତ୍ରୀ କରାଯାଇଛି ।  ତେବେ ଏହି ଦପ୍ତରରେ ଘଟିଥିବା ଏକାଧିକ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ ବାବଦକୁ ଡବଲ ପେମେଣ୍ଟ, ୭ ରୁ ୮ ଥର କରି ପେମେଣ୍ଟ ସହ ଭଦ୍ରକ, ବାସୁଦେବପୁର ଓ ଧାମନଗର ବ୍ଲକ୍ର କେତେକ ପଞ୍ଚାୟତରେ ଆଦୌ ହିତାଧିକାରୀ ନଥିବା ମହୁ ଲୋକଙ୍କ ଆକାଉଣ୍ଟକୁ ସରକାରୀ ଟଙ୍କା ଟ୍ରାନ୍ସଫର ହୋଇ ପ୍ରାୟ ୪୦ ଲକ୍ଷ ଟଙ୍କା ଭଳି ସରକାରୀ ଟଙ୍କା ହେରଫର ହେବା ଘଟଣାକୁ ଭିଜିଲାନ୍ସ ବିଭାଗ ସର୍ବାଧିକ ଗୁରୁତ୍ୱ ଦେଉଛି । ହେଲେ ଫ୍ଲେକ୍ସ ପି୍ରଣ୍ଟିଂ ବାବଦକୁ ୩୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଘୋଟାଲା, ବାହାର ଜିଲାରୁ ଗାଡି ଭଡାରେ ଲଗାଇବା, ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ସହ ବହୁ କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ବାଟମାରଣାକୁ ଭିଜିଲାନ୍ସ ବିଭାଗ ଗୁରୁତ୍ୱ ଦେବାକୁ ଅଭିଯୋଗକାରୀ ଶିବପ୍ରସାଦ ମହାନ୍ତି ଦାବି କରିଛନ୍ତି । ସେହିଭଳି ଆଜି ଏକ ସଚେତନତା କାର୍ଯ୍ୟକ୍ରମକୁ ଏହି ଅଫିସ୍ରେ ବାତିଲ କରାଯାଇଛି । ନିର୍ବାହୀଯନ୍ତ୍ରୀ ଶ୍ରୀ ନାୟକଙ୍କୁ ଏଥିନେଇ ମତାମତ ନେବାକୁ ଯୋଗାଯୋଗ କରାଯାଇଥିବାବେଳେ ସେ ମୋବାଇଲ୍ ଉଠାଇନଥିଲେ । ଭିଜିଲାନ୍ସ ବିଭାଗ ସବୁ ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ କଲେ ଭଦ୍ରକ ସ୍ୱଚ୍ଛ ଭାରତ ମିଶନରେ ଘଟିଥିବା ମହାଦୁର୍ନୀତିର ପର୍ଦ୍ଦାଫାସ୍ ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *