ଜିଲ୍ଲା ପରିକ୍ରମା

ଭଦ୍ରକ : ସ୍କୁଲ ଛାତକୁ ମିଶାଇ ଅଙ୍ଗନବାଡି ଗୃହ ନିର୍ମାଣ; ଗ୍ରାମବାସୀଙ୍କ ବିରୋଧ

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ଭୋଇସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ତିଆରି ଚାଲିଥିବା ଅଙ୍ଗନବାଡି ଘର ନିର୍ମାଣରେ ବ୍ଲକ ପ୍ରଶାସନର ବିଚିତ୍ର ନୀତି ଦେଖିବାକୁ ମିଳିଛି। ବିଦ୍ୟାଳୟର ଗୋଟିଏ ପାଖ କାନ୍ଥକୁ ଲଗାଇ ଅଙ୍ଗନବାଡି ଘର ନିର୍ମାଣ ହୋଇଛି। ଏହାପରେବି ବିଦ୍ୟାଳୟ ଛାତକୁ ଭାଙ୍ଗି ଅଙ୍ଗନବାଡି ଘର ଛାତ ପଡିବା ଯୋଜନାକୁ କେତେକ ଗ୍ରାମବାସୀ ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବ୍ଲକ ଶିକ୍ଷାଧିକାରୀ ଘଟଣା ସଂପର୍କରେ ଜିଲ ଶିକ୍ଷାଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଯନ୍ତ୍ରୀଙ୍କୁ ପଠାଇ ସ୍ଥିତିର ତଦାରଖ କରିବେ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି। ଏପଟେ ବ୍ଲକ ପ୍ରଶାସନ ଓ ଠିକାଦାର ସଲାସୁତୁରାରେ ଏହି କାମ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ପ୍ରଥମେ ନିର୍ଦ୍ଧାରିତ ସ୍ଥାନରେ ଘର ନିର୍ମାଣ ନହୋଇ ବିଦ୍ୟାଳୟକୁ ଲାଗି ତିଆରି କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ। ଏହି ଘଟଣା ସେ ସମୟରେ ବିଡିଓ, ବ୍ଲକ ଶିକ୍ଷା ବିଭାଗ ଓ ଜିଲାପାଳଙ୍କୁ ଅବଗତ କରିଥିଲେ। ହେଲେ ସେମାନଙ୍କ ଅଭିଯୋଗକୁ କେହି ଶୁଣି ନଥିବା କହିଛନ୍ତି। ଏବେ ବିଦ୍ୟାଳୟ ଛାତକୁ ମିଶାଇ ଘର କରିବାକୁ ଯୋଜନା କରାଯାଉଛି। ଏନେଇ କେତେକ ଗ୍ରାମବାସୀ ବ୍ଲକ ଶିକ୍ଷା ବିଭାଗ ଓ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଙ୍ଗନବାଡି ଘରର ବାକିଥିବା ଗୋଟିଏ ପାଖ କାନ୍ଥକୁ ତୁରନ୍ତ ନିର୍ମାଣ କରାଯିବ। ଆଉ ବିଦ୍ୟାଳୟ ଓ ଅଙ୍ଗନବାଡି ଛାତ କିରି ସୁରକ୍ଷିତ ରହିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଦାୟିତ୍ୱରେ ଥିବା ଯନ୍ତ୍ରୀ ସୁବାସ ନାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top