ଓଡ଼ିଶା

ଭଦ୍ରକ : ସୁସ୍ଥ ସମାଜ ଗଠନ ପାଇଁ ଆତ୍ମ ଜ୍ଞାନ ଏକାନ୍ତ ଅପରିହାର୍ଯ୍ୟ : ଗଜପତି

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏକ ଆଧ୍ୟାତ୍ମିକ ସମାଜ ଗଠନ ପାଇଁ ଆତ୍ମଜ୍ଞାନ ଏକାନ୍ତ ପ୍ରୟୋଜନ। ଏହାକୁ ସୁଚାରୁପେ ସଂପାଦନ କଲେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ସ୍ୱାମୀ ଚିଦାନନ୍ଦଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେଇ ପୁରୀ ରାଜା ଦିବ୍ୟସିଂହ ଦେବ ଆହା୍ୱନ ଦେଇଛନ୍ତି। ଏହି ଜିଲାର ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପଳସାଠାରେ ଦିବ୍ୟଜୀବନ ସଂଘର ପ୍ରତିଷ୍ଠା ଦିବସ ଅବସରରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକ ଅବସରରେ ଯୋଗଦେଇ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ଉଦବୋଧନ ଦେଇଥିଲେ ଗଜପତି ମହାରାଜା। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ସଂପାଦକ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ମହାରାଜ, ଓଡିଶା ପ୍ରାନ୍ତର ସଂପାଦକ ଜଗନ୍ନାଥ ନନ୍ଦ ସରସ୍ୱତୀ ମହାରାଜ, ଅଧ୍ୟାପକ ଡ. ରଜତକୁମାର ପ୍ରଧାନ ଯୋଗଦେଇ କହିଲେ; ଓଡିଶା ଆଧ୍ୟାତ୍ମିକତାର କର୍ମଭୂମୀ, ଏହି ପବିତ୍ର ମାଟିରେ ବହୁ ମହାନ ଯୋଗୀ, ମୁନି ଋଷିମାନେ ଜନ୍ମଲାଭ କରି ନିଜର ସ୍ପୀୟ କର୍ତ୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରି ଏହି ସମାଜକୁ ନୂତନତ୍ୱର ଆଧ୍ୟାତ୍ମିକ ପଥକୁ ପ୍ରଦର୍ଶନ ପାଇଁ ଦିଗ୍ଦର୍ଶନ ଦେବା ସହ ଦୁର୍ମୂଲ୍ୟରୂକ ବହୁ ପୁରାଣ ରଚନା କରିଛନ୍ତି। ସେହି ମହାନଜ୍ଞାନକୁ ଆହରଣ କରି ଆଜି ସୁସ୍ଥ ଓ ସୁନ୍ଦର ଆଧ୍ୟାତ୍ମିକ ସମାଜ ଗଠନ ଦିଗରେ ଉଦ୍ୟମ ଜାରି ରଖିବାର ବର୍ତ୍ତମାନ ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଧର୍ମ ପୁସ୍ତକ ଅମୃତବାଣୀ ପ୍ରଦାନ କରାଯାଇଥିଲା। ଏଥିରେ ସଂଘର କର୍ମକର୍ତ୍ତା ସୁଧାକର ନାୟକ ଓ ବିଜୟ ନାୟକଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ। ରାଜାଙ୍କୁ ଦର୍ଶନ ସହ ତାଙ୍କର ଆଧ୍ୟାତ୍ମିତ ବାର୍ତ୍ତା ଶୁଣିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top