ଜିଲ୍ଲା ପରିକ୍ରମା

ଭଦ୍ରକ : ସୁପି୍ରମ୍କୋର୍ଟ ଜଷ୍ଟିସ୍ ଶୈଳେନ୍ଦ୍ର ନାରାୟଣ ଫୁକନଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଭାରତବର୍ଷର ଉଚ୍ଚତମ ନ୍ୟାୟାଳୟର ବିଚାରପତି, ଓଡ଼ିଶା ହାଇକୋର୍ଟର ମାନ୍ୟବର ପୂର୍ବତନ ମୁଖ୍ୟ ବିଚାରପତି ୰ ଶୈଳେନ୍ଦ୍ର ନାରାୟଣ ଫୁକନଙ୍କର ୮୩ ବର୍ଷ ବୟସରେ ମୃତୁ୍ୟ ହୋଇଯାଇଥିବାରୁ ଆଜି ଭଦ୍ରକରେ ବିଚାରପତି, ଅଧିବକ୍ତା ଓ ବିଚାରାଳୟର କର୍ମଚାରୀମାନଙ୍କ ଉପସ୍ଥିତିରେ ଜିଲା ଦୌରାଜଜ୍ଙ୍କ କାର୍ଯ୍ୟାଳୟରେ ଏକ ମିଳିତ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ଜଜ୍ ଶୋଭନ ଦାଶଙ୍କ ସଭାପତିତ୍ୱରେ ଏହି ଶୋକସଭାରେ ପ୍ରଥମେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ଉପସ୍ଥିତ ସମବେତ ବିଚାରପତି ତଥା ଆଇନ୍ଜୀବୀଙ୍କ ମଧ୍ୟରୁ ଶୋଭନ କୁମାର ଦାଶ, ବରିଷ୍ଠ ଆଇନ୍ଜୀବୀ ନିରାକାର ଜେନା, ଦିବ୍ୟସିଂହ ନାୟକ, ବଟକୃଷ୍ଣ ଦାଶ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅରୁଣ ମିଶ୍ର, ବିଜନ ଜେନା, ଆବୁ ସୁଫିୟାନ ତଥା ବିଚାର ବିଭାଗୀୟ ବିଚାରପତି ସଂଜୀବ ଦୁବେ, ଅତିରିକ୍ତ ଜିଲା ଜଜ୍ ଅନୁପ କୁମାର ଚନ୍ଦନ, ଅମୀୟ କୁମାର ଜେନା, ଜନକ ରାଉତ, ଶୁଭ ଗୌତମ ମିଶ୍ର, ଲୋପାମୁଦ୍ରା ମଲ୍ଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ୰ ଫୁକନ ପ୍ରଥମେ ଅଧିବକ୍ତା ପରେ ବିଚାରପତି ଭାବେ ତଳସ୍ତରରୁ କାର୍ଯ୍ୟକରି ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ କର୍ଯ୍ୟକରି ଯୁଗାନ୍ତକାରୀ ରାୟ ଦେଇଥିଲେ । ଅବସର ପରେ ମାନବିକ ଅଧିକାର କମିଶନ ଓ ଅନ୍ୟାନ୍ୟ ବହୁ ସାଂସ୍କୃତିକ ସଂଗଠନ ସହ ଜଡିତ ଥିଲେ । ତାଙ୍କ କାର୍ଯ୍ୟକାଳୟ ସମୟରେ ବହୁ ଯୁଗାନ୍ତକାରୀ ଲୋକହିତକର ରାୟ ଦେଇଛନ୍ତି । ଯାହାକି ଆଜି ବିଚାରାଳୟରେ ନଜିର ଭାବେ ଉଭା ହୋଇଅଛି । ତାଙ୍କର ମୃତୁ୍ୟ ହୋଇଛି ସତ, ହେଲେ ତାଙ୍କର କାର୍ଯ୍ୟଧାରା ଗୁଡିକ ସବୁଦିନ ପାଇଁ ନ୍ୟାୟାଳୟରେ ଭବିଷ୍ୟତ ହୋଇରହିବ । ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ଆଜି କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top