ଜିଲ୍ଲା ପରିକ୍ରମା

ଭଦ୍ରକ : ସୀମାରେ ବଢୁଛି ବେଆଇନ୍ କାରବାର ନାଲିଫିତା ତଳେ ପୁଲିସ୍ ବିଟ୍ ହାଉସ ନିର୍ମାଣ

ଭଦ୍ରକ, ୨୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକ୍ର ଶେଷ ସୀମାରେ ଅବସ୍ଥିତ ଗାଁରେ ଚୋରି ଡକାୟତି ଓ ବେଆଇନ୍ କାରବାର ବଢିବାରେ ଲାଗିଛି । ବିଶେଷକରି ଥାନା ଠାରୁ ଦୂରତାରେ ରହୁଥିବା ପଦ୍ମପୁର ଓ ପଢୁଆଁ ଅଂଚଳରେ ଏହି କାରବାର ବଢୁଛି । ଚୋରା ନିଶା ହେଉ ଅବା କୋଇଲା କାରବାର ଉପରେ ଶତ ପ୍ରତିଶତ ରୋକ ଲଗାଇବା ପ୍ରଶାସନ ବିଫଳ ହେଉଛି । ସଂପୃକ୍ତ ଅଂଚଳରେ ରାସ୍ତାର ଦୂରତା, ବେଆଇନ୍ କାରବାର, ଚୋରି ଡକାୟତି ରୋକିବା ଓ ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବାକୁ ଦୃଷ୍ଟିରେ ରଖି ବିଗତ ଦିନରେ ପଦ୍ମପୁର, ପଢୁଆଁ ଓ ମନ୍ଦାରୀ ଅଂଚଳରେ ପୁଲିସ୍ ବିଟ୍ ହାଉସ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । ଥାନା ପକ୍ଷରୁ ପ୍ରାଥମିକ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇ ଜିଲା ଦପ୍ତରକୁ ଯାଇଥିଲା । ଏହି ରିପୋର୍ଟ ପ୍ରସ୍ତୁତିର ୫ ବର୍ଷ ବିତିଲାଣି; ଆଜିଯାଏ ବିଟ୍ ହାଉସ ନିର୍ମାଣର ନା ଗନ୍ଧ ନାହିଁ । ନାଲିଫିତା ତଳେ ପୁଲିସ୍ ବିଟ୍ ହାଉସ ନିର୍ମାଣ ପ୍ରସଙ୍ଗ ଅଟକିଥିବା ଅଭିଯୋଗ ହେଉଛି । ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିଦେ୍ର୍ଦଶ କ୍ରମେ ୨୦୧୪ ରେ ଏହି ହାଉସ୍ ନିର୍ମାଣ ହେବାର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରସ୍ତାବିତ ସ୍ଥାନର ସ୍କେଚ୍ମ୍ୟାପ୍, ଆବଶ୍ୟକ କାଗଜପତ୍ର ଓ ପ୍ରାଥମିକ ରିପୋର୍ଟ ବାସୁଦେବପୁର ଥାନା ପକ୍ଷରୁ ପ୍ରସ୍ତୁତ କରାଯାଇ ଜିଲା କାର୍ଯ୍ୟାଳୟକୁ ଦିଆଯାଇଥିଲା । ଏପରିକି ସେହି ଅଂଚଳରେ ବିଗତ ୩ ବର୍ଷ ମଧ୍ୟରେ କେତୋଟି ମାମଲା ପଂଜିକୃତ କରାଯାଇ ପଠାଯାଇଥିଲା । ପ୍ରସ୍ତାବିତ ପଦ୍ମପୁର ବିଟ୍ ହାଉସ ଅଧୀନରେ; ପଦ୍ମପୁର, ରୁକୁଣାଦେଇପୁର, ଦଧିବାମନପୁର, ବଡଅଗାପୁର, କପାଗଡିଆ, ସୁଗ, କୁସୁନିବିନ୍ଧା, ସୁଗପାଟଣା, ଉରୁଣିଆ ଓ ଏଡତାଳ ରହିଛି । ସେହିପରି ପଢୁଆଁ ବିଟ୍ ହାଉସ ଅଧୀନରେ ବଛଦା, ମୂଳଡିହୀ, ଜିରେଇଗଡି, ଆର୍ତ୍ତୁଂ, ଦାମୋଦରପୁର, ଶଂଖାରୁ ଓ କୁମାରପୁର ରହିଛି । ଅନୁରୂପ ଭାବରେ ମନ୍ଦାରୀ ବିଟ୍ ହାଉସ୍ ଅଧୀନରେ ରାଧାନାଥପୁର, ପାରା, ପ୍ରବୋଧପୁର, ତେନ୍ତୁଳିଆ ଓ ରାଧାକାନ୍ତପୁର ରହିବା ପ୍ରସ୍ତାବ ରହିଥିଲା । ଏହି ରିପୋର୍ଟ ପ୍ରଦାନ କରିବାର ୫ ବର୍ଷ ଛୁଇଁଲାଣି; ବିଟ୍ ହାଉସ୍ ନିର୍ମାଣ ସଂପର୍କରେ କିଛି ସୂଚନା ଆସି ନଥିବା ବାସୁଦେବପୁର ଥାନା ଅଧିକାରୀ ନବକୃଷ୍ଣ ନାୟକ କହିଛନ୍ତି । ଏପଟେ ଏହି ହାଉସ୍ ନିର୍ମାଣ ହେଲେ ଜଣେ ହାବିଲଦାର, ୨ ଜଣ କନେଷ୍ଟବଳ ସଂପୃକ୍ତ ଅଂଚଳ ଉପରେ ନଜର ରଖିବେ । ଏହି ଅଂଚଳଗୁଡିକରେ ବିଟ୍ ହାଉସ ନିର୍ମାଣର ପ୍ରସ୍ତାବକୁ ସେ ସମୟରେ କେତେକ ବୁଦ୍ଧିଜୀବୀ ସ୍ୱାଗତ କରିଥିଲେ । ହେଲେ ଆଜିଯାଏ ଏହି ହାଉସ୍ ନିର୍ମାଣ ହେବାର କିଛି ସୂଚନା ନାହିଁ । ଥାନା ଠାରୁ ଦୂରତାରେ ରହୁଥିବା ପଦ୍ମପୁର ଓ ପଢୁଆଁ ଅଂଚଳରେ କିଛି ଅଘଟଣ ଘଟିଲେ ପୁଲିସ୍ ପ୍ରଶାସନକୁ ପହଞ୍ଚôବାରେ ବିଳମ୍ବ ଘଟୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top