ଜିଲ୍ଲା ପରିକ୍ରମା

ଭଦ୍ରକ ସାହିତ୍ୟ ପରିଷଦର ସମ୍ବର୍ଦ୍ଧନା ଉତ୍ସବ

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସାହିତ୍ୟ ପରିଷଦର ସମ୍ବର୍ଦ୍ଧନା ଉତ୍ସବ ଏହାର ନିଜସ୍ୱ ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ବିଶିଷ୍ଟ ସାହିତି୍ୟକ ଅବସରପ୍ରାପ୍ତ ଇଂରାଜୀ ପ୍ର୍ରଫେସର ଡ. ବ୍ରଜମୋହନ ମିଶ୍ର ଓ ଡା. ଦୁର୍ଯେ୍ୟାଧନ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କାରାଯାଇଛି । ଉପସ୍ଥିତ ବିଷିଷ୍ଠ ସାହିତି୍ୟକ ଓ ସଭ୍ୟମାନେ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ସାହିତ୍ୟକୃତି ଓ ବ୍ୟକ୍ତିତ୍ୱ ଉପରେ  ଆଲୋଚନା ରଖିଥିଲେ । ଓଡିଶା ସାହିତ୍ୟ ଏକାଡେମିର ସଭ୍ୟ ଇଂ ଅଭୟ ସୂତାର, ଡ. ଶଶଧର ଦାସ, ଡ. ରାଧାରାଣୀ ମହାପାତ୍ର ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ଡ. ମିଶ୍ର ଓ ଡା. ଦାସଙ୍କ ସାହିତ୍ୟ ଓଡିଶା ସାହିତ୍ୟ ଭଣ୍ଡାରକୁ ପ୍ରଭାବିତ କରିବ ବୋଲି କହିଥିଲେ । ଡ. ପ୍ରଭାତ ନଳିନୀ ମହାପାତ୍ର , ଡ. ଅବନୀ ପ୍ରଧାନ, କବି ଦିବାସିଂହ ଦାସଅଧିକାରୀ, କରୁଣାକର ବେହୁରିଆ, ସଦାନନ୍ଦ ସାହୁ, ଅଶୋକ କୁମାର ମହାନ୍ତି, ମୁକ୍ତିକାନ୍ତ ମଲ୍ଲିକ, ଚର୍ଚ୍ଚିକା ମହାପାତ୍ର, ଡ. ଭାନୁମତି ମାଟିଆ, ବସନ୍ତ ମିଶ୍ର, ପ୍ରିତିଲତା ପଣ୍ଡା, ଅନୁରାଧା ମିଶ୍ର, ମମତା ଦାସ, ଗୌତମ ମହାରଣା, ତପସ୍ୱିନୀ ଦାସ, ନିର୍ମଳ ରାଉତ, ଖଗେଶ୍ୱର ଜେନା, ବିଜୟ କୁମାର ବହଳି, ଗୀତାରାଣୀ ଆଇଚ, ଡା. ଅନିଲ କୁମାର ଦାଶ, ମମତା ଦାସ ପ୍ରମୂଖ ଡ. ମିଶ୍ର ଓ ଡା. ଦାସଙ୍କ ସାହିତ୍ୟ ସୃଜନୀ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ରତିକାନ୍ତ ବେହେରା ସଭାଟିକୁ ସଂଯୋଜନା କରିଥିଲେ । ସଭାପତି ଡ. ଗୋଲୋକ ବିହାରୀ ସାହୁ ଏହି ସଭାରେ ସଭାପତିତ୍ୱ କରିଥିଲେ । କବି ଶରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top