ଭଦ୍ରକ ସାହିତ୍ୟ ପରିଷଦର ବଂନ୍ଧୁ ମିଳନ ଓ କବିତା ପାଠୋତ୍ସବ

ଭଦ୍ରକ, ୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାବାଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଭଦ୍ରକ ସାହିତ୍ୟ ପରିଷଦର ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ଡଃ ରାଧାରାଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ସଦାଶିବ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଜୀବନର ପ୍ରତିଫଳନ ହିଁ ବାସ୍ତବ କବିତା ବୋଲି ମତବ୍ୟକ୍ତ କରିଥିବା ବେଳେ ମୁଖ ବକ୍ତାଭାବେ ଡ. ଗୋଲକ ବିହାରୀ ସାହୁ ସମାଜ ସମସ୍ୟାର ସମାଧାନକୁ ସାହିତ୍ୟ ହିଁ ଏକମାତ୍ର ସମ୍ବଳ ବୋଲି ସୂଚନା ପ୍ରଦାନ କରିଥିଲେ। ଉକ୍ତ କବିତା ଆସରରେ କବୟତ୍ରୀ ପ୍ରୀତିଲତା ପଣ୍ଡା କବିତା ଗୁଡିକୁ ସଂଯୋଜନା କରିଥିବା ବେଳେ ଡଃ. ଅବନୀ ପ୍ରଧାନ, କରୁଣାକର ବେହୁରିଆ, କବି ଅଶୋକ ମହାନ୍ତି ଏବଂ ଶାନ୍ତନୁ କୁମାର ରାଉତ ପଠିତ କବିତା ଗୁଡିକୁ ସମୀକ୍ଷା କରିଥିଲେ। ଏହି ଆସରରେ କବି ଦାଶରଥି ପଣ୍ଡା, ଡଃ. ପ୍ରଭାତ ନଳିନୀ ମହାପାତ୍ର, ଅଧ୍ୟାପକ ନିହାର ରଂଜନ କର, ଅକ୍ଷୟ ଜେନା, ଶକୁନ୍ତଳା ନାୟକ, ପ୍ରଣତୀ ମହାପାତ୍ର, ବସନ୍ତ ମିଶ୍ର, ଗୀତାରାଣୀ ଆଇଚ, ଡା ଅନିଲ ଦାସ, ଡା. ସୁରେନ୍ଦ୍ର ମିଶ୍ର, ଶରତ ନାୟକ, ଜୟଚନ୍ଦ୍ର ବେହେରା. ଖଗେଶ୍ୱର ଜେନା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଚର୍ଚ୍ଚିକା ମହାପାତ୍ର ପ୍ରମୂଖ ସ୍ୱରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନର ସଂପାଦକ ଶରତ କୁମାର ନାୟକ ବିବରଣୀ ପାଠ ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କବି ଖଗେଶ୍ୱର ଯେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *