ଜିଲ୍ଲା ପରିକ୍ରମା

ଭଦ୍ରକ : ‘ସାହିତ୍ୟ ଓ ସଂସ୍କୃତି ଐତିହ୍ୟକୁ ଉଜ୍ଜୀବିତ କରିଥାଏ’

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ଅଟଳ ବିହାରୀ ହାଇସ୍କୁଲ ପରିସରରେ ରଙ୍ଗରାଗ ସାହିତ୍ୟ ସଂସ୍କୃତି ପରିଷଦର ସପ୍ତମ ବାର୍ଷିକ ସମ୍ବର୍ଦ୍ଧନା ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଗାଳ୍ପିକ ରାଧାବିନୋଦ ନାୟକ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଅତୀତର ଐତିହ୍ୟ ସଂସ୍କୃତିର ବାର୍ତ୍ତାବହ ସାଜି ସାହିତ୍ୟ ସମାଜର ପରିବର୍ତ୍ତନ ଆଣିଥାଏ ବୋଲି ମତ ରଖିଥିଲେ। ଶିକ୍ଷାବିତ୍ ଦୁଃଶାସନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଶ୍ରୀ ନାୟକ, ମୁଖ୍ୟବକ୍ତା ତ୍ୟାଗଭୂମିର ସଂପାଦକ ଅଜୟ କୁମାର ନାୟକ, ସମ୍ମାନୀତ ବକ୍ତା ଧ୍ୱନିପ୍ରତିଧ୍ୱନିର ସଂପାଦିକା ଶୈରିନ୍ଦ୍ରି ସାହୁ ଯୋଗଦେଇ ସାହିତ୍ୟ ସାମାଜିକ ପ୍ରତିବନ୍ଧତା ସଂପର୍କରେ ମତ ରଖିଥିଲେ। ଉପଦେଷ୍ଟା ନିର୍ମଳ ବେହେରା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଡ. ରଜନୀ ରଞ୍ଜନ ଦାସଙ୍କୁ ରଙ୍ଗରାଗ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ଗାଳ୍ପିକ ଉମାକାନ୍ତ ରାଉତଙ୍କୁ ରଙ୍ଗରାଗ ଗଳ୍ପ ସମ୍ମାନ, ସାମାଜିକ କର୍ମୀ ଭାଗିରଥି ବଳଙ୍କୁ ରଙ୍ଗରାଗ ସମାଜସେବୀ ସମ୍ମାନ, ଗୀତାଞ୍ଜଳି ଶତପଥୀଙ୍କୁ ରଙ୍ଗରାଗ ଶିଶୁ ସାହିତ୍ୟିକ ସମ୍ମାନ, ଶାନ୍ତିଲତା ପଣ୍ଡାଙ୍କୁ ଦିବାକର ମହାନ୍ତି ଆଦର୍ଶ ଶିକ୍ଷକ ସମ୍ମାନ, ପ୍ରଭାତ ଜେନାଙ୍କୁ ଚିତ୍ରଶିଳ୍ପୀ ସମ୍ମାନ, ଅଦୈ୍ୱତ ପ୍ରସାଦ ନାୟକଙ୍କୁ କଳାକାର ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ଅଧିବେସନରେ ସୁଧାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠୋତ୍ସବରେ ଭରତ ଚନ୍ଦ୍ର ଦାଶ, ସାବିତ୍ରୀ କବି ପ୍ରତିଭା ଖିଲାରଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା। କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ସଂପାଦକ ପ୍ରଦୀପ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top